କମ୍ୟୁନିଷ୍ଟ ନେତା ତଥା ଦଳିତ ସେବକ ଭଗବାନ ବେହେରାଙ୍କ ବିୟୋଗରେ ଶୋକ ।

0 217

ଭଞ୍ଜନଗର,୨୨/୦୧(ପିପିଟି): ଘୁମୁସରର ଜନ ପ୍ରିୟ କମ୍ୟୁନିଷ୍ଟ ନେତା ତଥା ସୁନାମଧନ୍ୟ ଦଳିତ ସେବକ କମ୍ରେଡ୍ ଭଗବାନ ବେହେରାଙ୍କ ଆଜି ଅପରାହ୍ନ ଦୁଇ ଘଟିକା ସମୟରେ ପରଲୋକ ଘଟିଛି । ୧୯୩୨ ମସିହାରେ ଜନ୍ମିତ ଶ୍ରୀ ବେହେରା ସ୍ଵାଧୀନତା ସଂଗ୍ରାମୀ ବାଞ୍ଛାନିଧି ପଟ୍ଟନାୟକଙ୍କ ସହ ମିଳିତ ଭାବେ ହରିଜନ ସେବା ଯଜ୍ଞରେ ନିଜକୁ ଜଡ଼ିତ ରଖିଥିଲେ । ଏତଦ୍ ବ୍ୟତୀତ କମ୍ୟୁନିଷ୍ଟ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ତାଙ୍କର ତମାମ ଜୀବନ ଦଳିତ, ଖଟିଖିଆ, ମଜଦୂର, ଗରିବ, ଅସହାୟ ମଣିଷର ସେବାରେ ନିଜକୁ ନିୟୋଜିତ କରିଥିଲେ । ଜଣେ ନିଷ୍ଠାପର ସମାଜ ଦେବୀ ଭାବରେ ସମଗ୍ର ଘୁମୁସର ଅଞ୍ଚଳରେ ସୁପରିଚିତ । ମୃତ୍ୟୁ ବେଳେ ତାଙ୍କର ଜ୍ୟେଷ୍ଠ ପୁତ୍ର ନାଟ୍ୟକାର ପ୍ରଫୁଲ୍ଲ ବେହେରାଙ୍କ ସମେତ ସମସ୍ତ ପୁତ୍ରପୌତ୍ରାଦି ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ଘୁମୁସର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ତରଫରୁ ସହସମ୍ପାଦକ ଜୟ କୃଷ୍ଣ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଏକ ଶୋକ ସଭା ଅନୁଷ୍ଠିତ ହୋଇ ସ୍ବର୍ଗତ ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.