ବୋଲଗଡ଼,୧୩/୦୧(ପିପିଟି): ଦିନଥିଲା ମାଟିରେତିଆରି ଉପକରଣ ଯଥା ହାଣ୍ଡି, ମାଠିଆ, ସୁରେଇ, ପଲମ, ଛୋଟ ଛୋଟଘଡି,ଓ ମାଟିରେ ନିର୍ମିତ ମୂର୍ତ୍ତି ଏପରିକି ରୋଶୋଇ କାର୍ଯ୍ୟଠାରୁ ଆରମ୍ଭ କରି ସବୁପ୍ରକାର ଘରୋଇ କାର୍ଯ୍ୟ ପାଇଁ ବ୍ୟବହାର ହେଉଥିଲା। କିନ୍ତୁ ସମୟ ବଦଳିବା ସହ ମାଟିପାତ୍ରକୁ ଛାଡି ବର୍ତ୍ତମାନ ସମୟରେ ଷ୍ଟିଲ ର ବାସନ, ସିଲଭର,ଲୁହାଯାତିୟ ଉପକରଣ, କଂସାର ବାସନ ଏସବୁ ସାମଗ୍ରୀକୁ ବ୍ୟବହାର କରୁଛି। ଯାହାକି ବର୍ତ୍ତମାନ ସମୟରେ ନୁଆ ନୁଆ ତଥା ମାରାତ୍ମକ ରୋଗ ସୃଷ୍ଟି ହେବା ସହ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ବୁଦ୍ଧିଜୀବୀ ଓ ବୈଜ୍ଞାନିକ ମାନେ ମତ ବ୍ୟକ୍ତ କରୁଛନ୍ତି। କିନ୍ତୁ ବୁଡିବାକୁ ବସିଲାଣି ମାଟିପାତ୍ର ର ଚାହିଦା ସହ ମାଟି କାରିଗରଙ୍କ ବୃତ୍ତି। ଦିନକୁ ଦିନ ଗ୍ରାମାଞ୍ଚଳରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ମାଟି ଜିନିଷର ଚାହିଦା କମିବାରେ ଲାଗିଛି। ସେଥିପାଇଁ ମାଟିରେ ତିଆରି ଉତ୍ପାଦିତ ସାମଗ୍ରୀର ବିକ୍ରି ହେଉନାହିଁ । ବିକ୍ରୟ ନହେବା କାରଣରୁ ପରିବାର ପ୍ରତିପୋଷଣ ନହେଉଥିବରୁ ଏହି ବୃତିକୁ ଛାଡିବାକୁ ବସିଲେଣି ମାଟିକାରିଗର ବା କୁମ୍ଭକାର ପରିବାର ମାନେ। ଦିନଥିଲା ମାଟିପାତ୍ରର ଚାହିଦା ବହୁଳ ବ୍ୟବହାର କରାଯାଉଥିଲା। ଚାହିଦା ଅନୁସାରେ ଉତ୍ପାଦନ ଓ ବିକ୍ରୀ ଅଧିକ ହେଉଥିଲା।କିନ୍ତୁ ତାହା ବର୍ତ୍ତମାନ ସମୟରେ ତାହା ଦେଖଯାଉନାହିଁ। ତେଣୁ ସରକାରଙ୍କ ପକ୍ଷରୁ ମାଟିକାରିଗର ଓ କୁମ୍ଭକାର ମାନଙ୍କୁ ତାଲିମ୍ ଓ ପ୍ରୋତ୍ସାହନ ଦିଆଯିବା ସହିତ ସମାଜରେ ମାଟିରେ ତିଆରି ସାମଗ୍ରୀ ଉପରେ ସଚେତନତା କାର୍ଯ୍ୟକ୍ରମ କରାଯାଇ ପାରନ୍ତା ତାହାହେଲେ ଏକ ସୁସ୍ଥ ସମାଜ ଗଢି ଉଠି ପାରନ୍ତା।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)