କବୟିତ୍ରୀ ସ୍ନେହଲତା ଦ୍ୱିବେଦୀଙ୍କୁ ସମ୍ବର୍ଦ୍ଧନା ।

0 249

ମାଲକାନଗିରି,୧୫/୦୨(ପିପିଟି): କଟକ ମାଟିର ସନ୍ତାନ ବରିଷ୍ଠ କବୟିତ୍ରୀ ସ୍ନେହଲତା ଦ୍ୱିବେଦୀଙ୍କ ମାଲକାନଗିରି ଗସ୍ତ ଅବସରରେ କୁଡୁମୁଲୁଗୁମ୍ମା ଡାର୍ୱିନ୍ ସ୍ମାରକୀ ଡିଗ୍ରୀ ମହାବିଦ୍ୟାଳୟ ଠାରେ ଏକ ସ୍ୱତନ୍ତ୍ର ଉତ୍ସବରେ ନିର୍ଝରିଣୀ ସାହିତ୍ୟ ସଂସଦ କୁଡୁମୁଲୁଗୁମ୍ମା ତରଫରୁ ତାଙ୍କ ଭାବ ସମ୍ଭୂତ ସୃଜନ “ଅନାହତ ବଂଶୀ “କବିତା ସଙ୍କଳନ ନିମନ୍ତେ ସମ୍ବର୍ଦ୍ଧିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସଂସଦ ତରଫରୁ କୁଡୁମୁଲୁଗୁମ୍ମା ଯୁବକବି ବଳରାମ ପୂଜାରୀ ଦ୍ବାରା ଉପଢୌକନ ଓ ଶବ୍ଦ ବ୍ରହ୍ମ ,ମେଘଲଗ୍ନା, ମାଟିମଗ୍ନା ଓ ଈଶ୍ବରଙ୍କ ଭାଡି ବହି ଅର୍ପଣ କରି ସମ୍ବର୍ଦ୍ଧିତ କରାଯାଇଥିଲା ।ବରିଷ୍ଠ କବି ତଥା ବରିଷ୍ଠ ପ୍ରାଧ୍ୟାପକ ସୁବାସ ଚନ୍ଦ୍ର ଦ୍ୱିବେଦୀଙ୍କୁ ମଧ୍ୟ ଇତ୍ୟବସରେ ସମ୍ବର୍ଦ୍ଧନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନିର୍ଝରିଣୀ ସାହିତ୍ୟ ସଂସଦ ,କୁଡୁମୁଲୁଗୁମ୍ମା ର ଆବାହକ ତଥା ସାମାଜିକ କର୍ମୀ ଭଗବାନ ସାହୁ, ଡାର୍ୱିନ୍ ସ୍ମାରକୀ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ, ଚିତ୍ରକୋଣ୍ଡା ଏସ୍ ଡିପିଓ ଅଂଶୁମାନ ଦ୍ୱିବେଦୀ, ପୁଷ୍ପାଞ୍ଜଳୀ ରଣା, କଲେଜ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଯେ କବୟିତ୍ରୀ ସ୍ନେହଲତା ଦ୍ୱିବେଦୀ ଏବଂ ପ୍ରାଧ୍ୟାପକ ସୁବାସ ଚନ୍ଦ୍ର ଦ୍ୱିବେଦୀ, ଚିତ୍ରକୋଣ୍ଡା ଏସ୍ ଡିପିଓ ଅଂଶୁମାନ ଦ୍ୱିବେଦୀଙ୍କ ପିତାମାତା ଅଟନ୍ତି । ତାଙ୍କ ସହିତ ତାଙ୍କ ପରିବାର ବର୍ଗ ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ସ୍ନେହଲତା ଦ୍ୱିବେଦୀ ଓ ମାଲକାନଗିରି ମାଟି ର ଯୁବ କବି ବଳରାମ ପୂଜାରୀଙ୍କ ସାକ୍ଷାତ ସମୟରେ ସାହିତ୍ୟ, ପରମ୍ପରା, ସଂସ୍କୃତି ଓ ଆଦିବାସୀ ଭାଷା, ଲୋକ ସାହିତ୍ୟ ଉପରେ ଆଲୋଚନା ହୋଇଥିଲା । ସ୍ୱଳ୍ପ ସମୟ ହେଲେ ମଧ୍ୟ ଉତ୍ସବରେ ସ୍ନେହଲତା ଦ୍ୱିବେଦୀ ଭାବବିହ୍ବଳ ହୋଇଯାଇଥିଲେ ଓ ନିଜ ବାର୍ତ୍ତା ରେ ,ଏ ଆଦିଭୂମି ମାଲକାନଗିରି ମାଟି ର ସାହିତ୍ୟ, ସଂସ୍କୃତି ଓ ପରମ୍ପରା ତଥା ଆଥିତେୟତା ଭାବଗର୍ଭକ ବୋଲି ମତବ୍ଯକ୍ତ କରିଥିଲେ । ଆଗାମୀ ଦିନରେ କୁଡୁମୁଲୁଗୁମ୍ମା ରେ ନିର୍ଝରିଣୀ ସାହିତ୍ୟ ସଂସଦର ସମସ୍ତ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରି ପୂର୍ବ ଉପକୂଳ ଓ ସୀମାନ୍ତ ଓଡିଶା ମଧ୍ୟରେ ସାରସ୍ବତ ଭାବର ଆଦାନ ପ୍ରଦାନ ହୋଇପାରିବ ଓ ଏ କୁଡୁମୁଲୁଗୁମ୍ମା ମାଟିକୁ ଆସି ସେ ଗୌରବାନ୍ବିତ ବୋଲି ପ୍ରକାଶ କରିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.