କବି କେଶବ ଚନ୍ଦ୍ର ନାୟକ ପାଇଲେ “ଉତ୍କଳ ରତ୍ନ ସମ୍ମାନ” ।

0 289

ମାଲକାନଗିରି,୨୮/୦୭(ପିପିଟି): ମାଲକାନଗିରି ଜିଲ୍ଲାର ଗୌରବ ତଥା ଓଡିଆ ସାହିତ୍ଯର ଅନ୍ଯତମ ବିନ୍ଧାଣୀ କବି କେଶବ ଚନ୍ଦ୍ର ନାୟକଙ୍କୁ ବର୍ଷା ସାହିତ୍ଯ ପାଳନ ପରିପ୍ରେକ୍ଷୀରେ ମା’ ଗାଙ୍ଗେଶ୍ବରୀ ଉପାନ୍ତ କଳା ପରିଷଦ ପଟାଙ୍ଗି (କୋରାପୁଟ) ଦ୍ବାରା ଆଜୀବନ ସାହିତ୍ଯ ସାଧନ ଲାଗି ଉତ୍କଳ ରତ୍ନ ସମ୍ମାନରେ ସମ୍ମାନିତ କାରାଯାଇଛି Iକବି କେଶବ ଚନ୍ଦ୍ର ନାୟକ ଜଣେ ବୃତ୍ତିଗତ ବରିଷ୍ଠ ସାମ୍ବାଦିକ ଭାବେ ସୁପରିଚିତ । କିନ୍ତୁ ଓଡିଆ ସାହିତ୍ଯ ସାଧନରେ ତାଙ୍କ ଜୀବନ ଉତ୍ସର୍ଗୀକୃତ । ଏହା ବ୍ଯତିତ ସେ ଜଣେ ସମାଜସେବୀ ଏବଂ ପରିବେଶ ସୁରକ୍ଷା ଲାଗି ପ୍ରତି ବର୍ଷ ବ୍ରୁକ୍ଷ ରୋଣ କରିବା ତାଙ୍କର ଏକ ମହତ କାର୍ଯ୍ଯ । ଏଥି ପାଇଁ ସେ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନକୁ ବହୁବାର ସମ୍ମାନିତ ହେବା ସହ ପୁରସ୍କତ ହୋଇ ମାଲକାନଗିରି ଜିଲ୍ଲା ମାଟିକୁ ମହକିତ କରିଛନ୍ତି । ଗତ ୦୮.୦୫.୨୦୨୨ରେ ରାଜ୍ଯ ସ୍ତରୀୟ ସାହିତ୍ଯ କବି କଳାକାର ସମ୍ମିଳନୀରେ ଜାତୀୟ କବିଲେଖକ ସଂଗଠନ,ଭଦ୍ରକ ଏବଂ ଲକ୍ଷ୍ମଣ ନାୟକ ସାହିତ୍ଯ ସଂସଦ, ମାଲକାନଗିରି ଦ୍ବାରା କବି କେଶବ ଚନ୍ଦ୍ର ନାୟକଙ୍କୁ “ଲକ୍ଷ୍ମଣ ନାୟକ ସାରସ୍ବତ ସମ୍ମାନ-୨୦୨୨ ପ୍ରଦାନ କରାଯାଇଥିବା ବେଳେ କଟକ ଜିଲ୍ଲା ଗୋପୀନାଥପୁର ମଧୁମାଟି ସାହିତ୍ଯ ସଂସଦ ଦ୍ବାରା ମା ମାଟି ମାତୃ ଭାଷାର ସେବା ପାଇଁ କବି କେଶବ ଚନ୍ଦ୍ରନାୟକଙ୍କୁ “ମଧୁଶ୍ରୀ ସମ୍ମାନ-୨୦୨୨ରେ ସମ୍ମାନିତ କରାଯାଇଥିଲା । ଗାନ୍ଧି ଜୟନ୍ତୀ ପରିପ୍ରକ୍ଷୀରେ ଯାଜପୁର ଜିଲ୍ଲା ଅନ୍ତର୍ଗତ ପାଣିକୋଇଲି “ମୋ କବିତା ସାହିତ୍ଯ ମହା ମଞ୍ଚ” ତରଫରୁ “ପ୍ରତିଭା ସମ୍ମାନ”ରେ ସମ୍ମାନିତ କରାଯାଇଛି । କବି କେଶବ ଚନ୍ଦ୍ର ନାୟକଙ୍କ ଦ୍ବାରା ଇତି ମଧ୍ଯରେ ପୁନା ଚୁକ୍ତି,ମାଲକାନଗିରି ବଡ ଯାତ୍ରା,ବୁଦ୍ଧ ଶିକ୍ଷା କ’ଣ ପାଇଁ,ଜୀବନ ନାଟକ(କବିତା ସଂକଳନ) ଏବଂ ମଣାଣି (କବିତା ସଂକଳନ) ଆଦି ପୁସ୍ତକ ପ୍ରକାଶ ପାଇଁ ଓଡିଆ ପାଠକ ମହଲରେ ଜନପ୍ରିୟ ଲାଭ କରିଛି । ସେ ଜଣେ ଏକାଧାରରେ ଜଣେ କବି,ଗାଳ୍ପିକ, ନାଟ୍ଯକାର,ଔପନ୍ଯାସିକ,ପ୍ରାବନ୍ଧିକ,ଶକ୍ତି ପତ୍ରିକାର ସଂପାଦକ,ସୁବକ୍ତା, ସିସଂଗଠକ,ସମାଜସେବୀ ,ଏକ ଘରୋଇ ମହାବିଦ୍ଯାଳୟର ଓଡିଆ ଅଧ୍ଯାପକ ଏବ. ସର୍ବୋପରି ଜଣେ ଦକ୍ଷ ବରିଷ୍ଠ ସାମ୍ବାଦିକ ଅଟନ୍ତି । ପ୍ରତି ଦିନ ଓଡିଶାର ଦୈନିକ ସମ୍ବାଦ ପତ୍ର କିମ୍ବା ମାସିକ ସମ୍ଭ୍ରାନ୍ତ ସାହିତ୍ଯ ପତ୍ରିକାରେ ତାଙ୍କର କବିତା,ଗଳ୍ପ ଏବଂ ପ୍ରବନ୍ଧ ପ୍ରକାଶ ପାଇ ଆସୁଛି ।ବର୍ତ୍ତମାନ ଓଡିଆ ସାହିତ୍ଯ ଜଗତର ପାଠକ ମହଲରେ ଜଣେ ଚର୍ଚ୍ଚିତ ଚେହେରା । ଓଡିଶା ସରକାରଙ୍କ ଦ୍ବାରା ୨୬ ଜାନୁୟାରୀ ୨୦୨୦ରେ “ଉତ୍ତମ ସାମ୍ବାଦିକ” ଭାବେ ସମ୍ମାନିତ ହୋଇଥିବା ବେଳେ ଓଡିଶା ସରକାର ଜଙ୍ଗଲ ଓ ପରିବେଶ ବିଭାଗ ଦ୍ବାରା ୨୦୧୨/୧୩ ମସିହାରେ “ପ୍ରକୃତି ବନ୍ଧୁ” ପୁରସ୍କାର ପ୍ରଦାନ କରାଯାଇଥିଲା । ମା ଘର ଶାନ୍ତିସେନା ଦ୍ବାରା ୨୦୨୦ରେ ଶ୍ରଷ୍ଠ କରୋନା ଯୋଦ୍ଧା ଭାବରେ ସମ୍ମାନିତ କରାଯାଇଥିଲା । ସେହି ପରି ୨୦୧୯ରେ ଶ୍ରଷ୍ଠ ବିଚାରକ ଭାବେ ମାଲକାନଗିରି ଜିଲ୍ଲା ପ୍ରଶାସନ ମାଲକାନଗିରି ଦ୍ବାରା ଯୁବ ମହୋତ୍ସବରେ କବି କେଶବ ନାୟକଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ଏହା ବ୍ଯତୀତ କବି କେଶବ ଚନ୍ଦ୍ର ନାୟକଙ୍କ ପ୍ରତ୍ଯକ୍ଷ ତତ୍ତ୍ବବଧାନରେ ” ଉତ୍କଳ ସାହିତ୍ଯ ସଂସଦ” ଦ୍ବାରା ପ୍ରତି ବର୍ଷ ବୃକ୍ଷ ରୋପଣ କରିବା ଫଳରେ ଓଡିଶା ରାଜ୍ଯ ଜଙ୍ଗଲ ଓ ପରିବେଶ ବିଭାଗ ଦ୍ବାରା “ପ୍ରକୃତି ମିତ୍ର” ପୁରସ୍କାର ପ୍ରଦାନ କରାଯାଇଥିଲା ।୨୦୧୯ରେ ଶହୀଦ ଲକ୍ଷ୍ମଣ ନାୟକ ସ୍ମୃତି କମିଟି(ଜିଲ୍ଲା ଆଦିବାସୀ ମହାସଂଘ,ମାଲକାନଗିରି) ଦ୍ବାରା ସମାଜସେବୀ ସମ୍ମାନରେ ସମ୍ମାନିତ କରିଥିଲେ । ସେହିପରି କବି କେଶବ ଚନ୍ଦ୍ର ନାୟକଙ୍କୁ ” ସାରସ୍ବତ ସମ୍ମାନ-୨୦୧୮” କବି ନାରାୟଣ ମୁଦୁଲି ଫାଉଣ୍ଡେସନ କଟକ ଜିଲ୍ଲା ଅନ୍ତର୍ଗତ କୋଠପଦାରୁ ତାଙ୍କ ବହୁ ଚର୍ଚ୍ଚିତ”ମଶାଣି” କବିତା ସଂକଳନ ପାଇଁ ରାଜ୍ଯ ସ୍ତରୀୟ ସମ୍ମାନରେ ପୁରସ୍କୃତ କରାଯାଇଥିଲା । ଉଦୟ ଭାନୁ ସାହିତ୍ଯ ଅନୁଷ୍ଠାନ ତରଫରୁ କବି କେଶବ ଚନ୍ଦ୍ର ନାୟକଙ୍କୁ “ମାଳତୀ” ଗଳ୍ପ ପାଇଁଶ୍ରେଷ୍ଠ ଗାଳ୍ପିକ ସମ୍ମାନରେ ଗତ ତା:୯.୮.୨୦୨୦ ରେ ସମ୍ମାନିତ କରାଯାଇଥିଲା । ସେ ସାହିତ୍ଯ ସାଧନ କ୍ଷେତ୍ରରେ ଉଲ୍ଲେଖନୀୟ ସାରସ୍ବତ କାର୍ଯ୍ଯ ପାଇଁ ବହୁ ବାର ବହୁ ସାହିତ୍ଯ ଅନୁଷ୍ଠାନରୁ ପୁରସ୍କାର ଲାଭ କରିଛନ୍ତି । ଜଗନ୍ନାଥ ସଂସ୍କୃତିର ସୁବକ୍ତା ଭାବରେ ମାଲକାନଗିରି ଦେବୋତ୍ତର ବିଭାଗ ଦ୍ବାର ୨୦୧୯ରେ ସମ୍ମାନିତ ହୋଇଥିଲେ । ଉତ୍କଳ ସାହିତ୍ଯ ସଂସଦ ଗଠନ କରି ଶ୍ରୀ ନାୟକ ମାଲକାନଗିରି ଭଳି ଏକ ପଛୁଆ ଆଦିବାସୀ ଅଧ୍ଯୁସିତ ଜିଲ୍ଲାରେ ଦୀର୍ଘ ୩୦ ବର୍ଷ ହେଲା ଓଡିଆ ଭାଷା ସାହିତ୍ଯକୁ ଲୋକାଭିମୁଖୀ କରିବାରେ ସେ ଉଦ୍ଯମ ରତ । ତାଙ୍କ ଦ୍ବାରା ରଚିତ କବିତା,ଗଳ୍ପ ଏବଂ ପ୍ରବନ୍ଧ ଓଡିଶା ସୁନାମ ଧନ୍ଯ ପ୍ରତପତ୍ରିକାରେ ପ୍ରକାଶିତ ହୋଇ ବହୁ କବି ଏବଂ ଲେଖକଙ୍କ ସାନିଧ୍ଯ ଲାଭ କରିଛନ୍ତି । କଟକରୁ ପ୍ରକାଶିତ ଉତ୍କଳମଣି ଗୋପବନ୍ଧୁଙ୍କ “ସତ୍ଯବାଦୀ” ସାହିତ୍ଯ ପତ୍ରିକାରେ ବହୁବାର କବି କେଶବ ଚନ୍ଦ୍ର ନାୟକଙ୍କ ସ୍ବରଚିତ କବିତା ପ୍ରକାଶ ପାଇ ଆସୁଥିବା ବେଳେ ଉକ୍ତ ଅନୁଷ୍ଠାନରୁ ପ୍ରୋତ୍ସାହିତ ରାଶି ମଧ୍ଯ ଗ୍ରହଣ କରୁଥିବା ଜଣା ପଡିଛି । ତାଙ୍କର ସାହିତ୍ଯ ସାଧନ ଅମ୍ଲାନ ରହୁ ବୋଲି କବି ସମ୍ମିଳନୀ ମତ ପ୍ରକାଶ ପାଇଛି I

Leave A Reply

Your email address will not be published.