କବିସୂର୍ଯ୍ୟନଗର,୧୬/୧୧: କଲ୍ୟାଣ ମଣ୍ଡପ ଠାରେ ସାମ୍ବାଦିକ ନାରାୟଣୀ ପ୍ରସାଦ ଅଧ୍ୟକ୍ଷତାରେ ଦି ମିଡ଼ିଆ କ୍ଲବ, ମିଡ଼ିଆ ହାଉସ ଓ ଓଡିଶା କର୍ମଜୀବୀ ସାମ୍ବାଦିଜ ସଂଘ ଆନୁକୂଲ୍ୟରେ ରାଜ୍ୟ ସ୍ତରୀୟ ଜାତୀୟ ସାମ୍ବାଦିକ ପାଳିତ ହୋଇଯାଇଛି । ଉଦଘାଟକ ଭାବେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ମୁଖ୍ୟ ଅତିଥି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ମୁଖ୍ୟ ବ୍ୟକ୍ତl ouwj ରାଜ୍ୟ ସମ୍ପାଦକ ନିରଞ୍ଜନ ବିଶ୍ୱାଳ ଓ ଉପସଭାପତି ବିଷ୍ଣୁପଦ ମହାନ୍ତି, ସମ୍ନାନୀତ ଅତିଥି ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ,ବିଜେଡି ଜିଲ୍ଲା ଉପସଭାପତି ମନୋରଞ୍ଜନ ମହାପାତ୍ର,ବିଜେଡି ରାଜ୍ୟ ମହିଳା ସମ୍ପାଦିକା ଏମ. ସୁଜାତା ପାତ୍ର ଯୋଗଦେଇ ସମ୍ବାଦିକଙ୍କ ମନୋବଳ ବଢ଼ାଇଥିଲେ । ସାମ୍ବାଦିକଙ୍କ ଆତ୍ମଜାଗୃତି, ସ୍ୱାଭିମାନବୋଧ, ସଚେତନ ଓ ସ୍ୱଚ୍ଛତା ଭାବ ହିଁ ସାମ୍ବାଦିକଙ୍କ ମୁଖ୍ୟ ଲକ୍ଷ୍ୟ ହେବା ଉଚିତ ବୋଲି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ କହିଥିଲେ । ଦି ଓଡିଶା ଗ୍ରେଟ ପଲିଟିକାଲ ସର୍କସ ଅଭିନେତା ପ୍ରଦୀପ ଖୁଣ୍ଟିଆ ଓ ହାସ୍ୟ ଅଭିନେତା ସୁମନ ମହାରଣା ଲୋକଙ୍କୁ ନିଜ କଳାଚାତୁରୀରେ ବହୁ ସମୟ ବାନ୍ଧି ରଖିଥିଲେ । କ୍ରିଷ୍ଣା ଡିକେ ଓଡିଶୀ ନୃତ୍ୟ ପରିବେଷଣ ଅନ୍ତ୍ୟନ୍ତ ଆକର୍ଷିଣୀୟ ଥିଲା । ସ୍ୱାଗତ ଭାଷଣ ଅମୁଲ୍ୟ ଦାସ ଦେଇଥିଲେ । ସାମ୍ବାଦିକ କ୍ଷେତ୍ରରେ କୃପାସିନ୍ଧୁ ସ୍ୱାଇଁ, କବିୟିତ୍ରୀ ମିନାକ୍ଷୀ ପାଢ଼ୀ, ଶିକ୍ଷାବିତ୍ ସୁସ୍ମିତା ବେହେରା, ଆୟୁର୍ବେଦ ଚିକିତ୍ସା କ୍ଷେତ୍ରରେ ନାରାୟଣ ଆଚାରୀ,ଯୁବନେତା ବିକ୍ରାନ୍ତ କୁମାର ସାହୁ ଓ ରସଲ ଦାସ, ପ୍ରଧାଶିକ୍ଷକ ସିମାଞ୍ଚଳ ପାଣିଙ୍କୁ “ଶ୍ରେଷ୍ଠ ପ୍ରତିଭା ସଂମାନ 2021” ଭାବେ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଆୟୋଜିତ ସଭାରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ଏକ ମାରାଥନ ଗଣ ଦୌଡରେ ବହୁ ଛାତ୍ରଛାତ୍ରୀ ଓ ଯୁବବର୍ଗ ସାମିଲ ହୋଇ ସରକାରୀ ହାଇସ୍କୁଲ ଠାରୁ ଆଇବି ଛକ ଯାଏ ଯାଇ ସଭାସ୍ଥଳରେ ପହଞ୍ଚିଥିଲେ l ସାମ୍ବାଦିକ ବିବେକାନନ୍ଦ ସାହୁ, ନଳିନୀକାନ୍ତ ମହାରଣା,ପୀତବାସ ଦାସ, ଗଣେଶ ଡାକୁଆ, ସରୋଜ ମିଶ୍ର, ଆଲୋକ ଦାସ ଓ କୃଷ୍ଣ ନାହାକ ସଂଯୋଜନା କରିଥିଲେ । ବହୁ ଶିକ୍ଷାବିତ୍, ବୁଦ୍ଧିଜୀବୀ, ସାମ୍ବାଦିକ ଯୋଗ ଦେଇଥିଲେ ।