କବିସୂର୍ଯ୍ୟନଗର,୨୬/୦୩(ପିପିଟି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି କବିସୂର୍ଯ୍ୟ ନଗରରେ ଠାରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। କବିସୂର୍ଯ୍ୟନଗର ପରେ ହିଞ୍ଜିଳି ଏବଂ ଶେଷ କାର୍ଯ୍ୟକ୍ରମ ଛତ୍ରପୁର ରହିଛି। ମୁଖ୍ୟମନ୍ତ୍ରୀ ନବୀନ ୧୯୫୨.୮୯ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଉଦ୍ଘାଟନ ଏବଂ ଶିଳାନ୍ୟାସ କରିଛନ୍ତି । ସେହିପରି ୨୨ ହଜାର ୨୦୦ ସ୍ବୟଂ ସହାୟିକା ଗୋଷ୍ଠୀର ୨.୨୪ ଲକ୍ଷ ମିସନ୍ ଶକ୍ତି ମହିଳାଙ୍କୁ ଋଣ ଓ ସହାୟତା ଏବଂ ୨୦ ହଜାର ହିତାଧିକାରୀଙ୍କୁ ଗ୍ରାମକଣ୍ଟକ ଘରଡିହ ପଟ୍ଟା ବଣ୍ଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ,କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁ, ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ,ଖଲ୍ଲିକୋଟ ବିଧାୟିକା ସୂର୍ଯ୍ଯମଣି ବୈଦ୍ଯ, ବିଜେଡି ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମୁଖ୍ୟମନ୍ତ୍ରୀଙ୍କ ବ୍ଯକ୍ତିଗତ ସଚିବ ଭି.କେ ପାଣ୍ଡିଆନ, କୁନା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ହଜାର ହଜାର ମହିଳା ଓ ଦଳୀୟ କର୍ମୀ ଯୋଗ ଦେଇଥିଲେ।
(ରିପୋର୍ଟ-ଉମାଚରଣ ପଟ୍ଟନାୟକ। )