କବିସୂର୍ଯ୍ୟନଗର, ୦୯/୧୧(ପିପିଟି): ଆଗମୀ ପୌର ନିର୍ବାଚନ ପାଇଁ ୱାର୍ଡ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। କବିସୂର୍ଯ୍ୟନଗର ଏନ୍ଏସି ର ୧,୨,୩,୪,୭,୧୧ ନମ୍ବର ୱାର୍ଡ ଅଣସଂରକ୍ଷିତ ରହିଛି। ୫,୬,୧୨ ଓ ୧୫ ନମ୍ବର ୱାର୍ଡ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ୮ ନମ୍ବର ୱାର୍ଡ ଅନୁସୂଚିତ ଜାତି, ୯ ଓ ୧୩ ନମ୍ବର ୱାର୍ଡ ପଛୁଆବର୍ଗ ମହିଳା, ୧୦ ଓ ୧୬ ନମ୍ବର ୱାର୍ଡ ଅନୁସୂଚିତ ଜାତି ମହିଳା, ୧୪ ଓ ୧୮ ନମ୍ବର ୱାର୍ଡ ପଛୁଆ ବର୍ଗ ଏବଂ ୧୭ ନମ୍ବର ୱାର୍ଡ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି।