କବିସୂର୍ଯ୍ଯ ନଗର ବ୍ଲକ ଅଧ୍ୟକ୍ଷା ହେଲେ ଜ୍ଯୋତିର୍ମୟୀ ସ୍ବାଇଁ ।

0 1,006

କବିସୂର୍ଯ୍ଯ ନଗର, ୧୨/୦୩(ପିପିଟି): କବିସୂର୍ଯ୍ୟନଗର ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ନନ୍ଦିଆଗଡା ପଞ୍ଚାୟତର ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିବା ସମିତି ସଭ୍ଯା ଜ୍ଯୋତିର୍ମୟୀ ସ୍ବାଇଁ ଅପ୍ରତିଦ୍ଵନ୍ଦୀ ଭାବରେ ଅଧ୍ୟକ୍ଷା ନିର୍ବାଚିତ ହୋଇଛନ୍ତି। କବିସୂର୍ଯ୍ଯ ନଗର ବ୍ଲକର ୨୧ ଜଣ ବିଜେଡି ସମିତି ସଭ୍ଯଙ୍କ ମଧ୍ଯରୁ ୧୬ ଜଣ ଜ୍ଯୋତିର୍ମୟୀଙ୍କ ସପକ୍ଷରେ ଥିଲେ। ୧୨ଟି ପଞ୍ଚାୟତ ଆସିକା ଅଧିନରେ ଥିବାବେଳ ୯ଟି ପଞ୍ଚାୟତ କବିସୂର୍ଯ୍ଯ ନଗର ବିଧାନସଭା କ୍ଷେତ୍ରରେ ଯାଉଛି। କବିସୂର୍ଯ୍ଯ ନଗର ବ୍ଲକରେ ବିଜେଡିର ସନ୍ତୁଷ୍ଟ ଓ ଅସନ୍ତୁଷ୍ଟଙ୍କ ମଧ୍ଯରେ ଲଢେଇ ହୋଇଥିଲା। ବିଜେଡିର ଯୁବ ନେତା ଅଶ୍ବିନୀ ସ୍ବାଇଁଙ୍କ ନେତୃତ୍ବ ୮ଜଣ ସମିତିସଭ୍ଯ ଅପ୍ରତିଦ୍ବନ୍ଦି ହୋଇଥିଲେ। ଅଶ୍ବିନୀଙ୍କ ରଣନୀତିରେ ବିରୋଧି ଧରାଶାୟୀ ହୋଇଥିଲେ। ଅଶ୍ବିନୀ ମଧ୍ଯ ଅପ୍ରତିଦ୍ବନ୍ଦୀ ସମିତିସଭ୍ଯ ଭାବରେ ଆମ୍ବପୁଆ ପଞ୍ଚାୟତରୁ ନିର୍ବାଚିତ ହୋଇଛନ୍ତି। ଚର୍ଚ୍ଚା ଶୁଣିବାକୁ ମିଳୁଛିଯେ ଅଶ୍ବିନୀଙ୍କୁ ଅଟକାଇବା ପାଇଁ ବିଜେଡିର କିଛି ପ୍ରଭାବ ଶାଳୀ ଉଦ୍ଯମ କରିଥିଲେ। ଆସିକା ବିଧାୟିକାଙ୍କ ପରିବାରରୁ କେହି ଅଧ୍ୟକ୍ଷ ନହୁଅନ୍ତୁ ବୋଲି ମୌଖିକ ନିର୍ଦ୍ଦେଶନାମା ଥିଲା କିନ୍ତୁ ନିର୍ବାଚିତ ପ୍ରତିନିଧିଙ୍କ ସମତେ ସ୍ଥାନୀୟ ନେତୃତ୍ବ ଜିଦ ଧରିଥିଲେ ଅଶ୍ବିନୀଙ୍କ ପତ୍ନୀ ଜ୍ଯୋତିର୍ମୟୀଙ୍କୁ ଅଧ୍ୟକ୍ଷା କରିବା ପାଇଁ । ଶେଷରେ ସ୍ଥାନୀୟ ନେତାଙ୍କର ଜିଦ୍ ରହିଲା। ପ୍ରଶାସନର ଥୋପ କାର୍ଯ୍ଯ କଲା ନାହିଁ। ଜନତାଙ୍କ ବିଜୟ ହୋଇଛି ବୋଲି ସାଧାରଣରେ ଚର୍ଚ୍ଚ ଚାଲିଛି।

(ରିପୋର୍ଟ- ଉମାଚରଣ ପଟ୍ଟନାୟକ/ସପ୍ନେଶ୍ବର ପାଣିଗ୍ରାହୀ ।)

Leave A Reply

Your email address will not be published.