କବିସୂର୍ଯ୍ଯ ନଗର ବ୍ଲକରେ ୮ ସମିତି ସଭ୍ଯ ଓ ୨ ସରପଞ୍ଚ ଅପ୍ରତିଦ୍ବନ୍ଦୀ।

0 929

କବିସୂର୍ଯ୍ଯ ନଗର, ୨୬/୦୧(ପିପିଟି):ଚଳିତ ପଞ୍ଚାୟତ ନିର୍ବାଚନରେ କବିସୂର୍ଯ୍ଯ ନଗର ବ୍ଲକରେ ବିଜେଡିର ପ୍ରଭାବ ଦେଖିବାକୁ ମିଳିଛି। କବିସୂର୍ଯ୍ଯ ନଗର ବ୍ଲକର ୨୧ଟି ପଞ୍ଚାୟତ ମଧ୍ଯରୁ ୧୨ଟି ଆସିକା ବିଧାନସଭା ଓ ୯ ଟି ପଞ୍ଚାୟତ କବିସୂର୍ଯ୍ଯ ନଗର ବିଧାନସଭା କ୍ଷେତ୍ରରେ ରହିଛି। କବିସୂର୍ଯ୍ଯ ନଗର ବ୍ଲକରେ ୮ ଜଣ ସମିତି ସଭ୍ଯ, ୨ଜଣ ସରପଞ୍ଚ ଓ ୧୨୭ ୱାର୍ଡ ସଭ୍ଯ ଅପ୍ରତିଦ୍ୱନ୍ଦୀ ହୋଇଛନ୍ତି। ଆସିକା ବିଧାନସଭାର ଅଧିନରେ ଥିବା ୧୨ ପଞ୍ଚାୟତ ମଧ୍ଯରୁ ୮ ସମିତିସଭ୍ଯ ଓ ୨ ସରପଞ୍ଚ ଅପ୍ରତିଦ୍ବନ୍ଦୀ ହୋଇଛନ୍ତି। କନିଆରୀ, ବରିଡା, ସୁନାପଲ୍ଲୀ, ବୋରସିଂ, ସୁବଳିୟା, ଆମ୍ବପୁଆ, ନନ୍ଦିଆଗଡା, ବାଲ୍ଯାସରା ପଞ୍ଚାୟତରେ ସମିତିସଭ୍ଯ ମାନେ ଅପ୍ରତିଦ୍ବନ୍ଦୀ ହୋଇଥିବା ବେଳେ ସୁବଳିୟା ଓ ବରିଡା ପଞ୍ଚାୟତରେ ସରପଞ୍ଚ ଅପ୍ରତିଦ୍ବନ୍ଦୀ ହୋଇଛନ୍ତି। କବିସୂର୍ଯ୍ଯ ନଗର ବ୍ଲକରେ ୨୮୨ ୱାର୍ଡ ରହିଥିବାବେଳେ ପୁରୁଷ ଭୋଟର ୫୨୮୮୬,ମହିଳା ଭୋଟର ୪୬୮୨୫ ଓ ଅନ୍ଯ ୭ ରହିଥିବା ଜଣା ପଡିଛି। କବିସୂର୍ଯ୍ଯ ନଗର ବ୍ଲକରେ ବିଜେପି, କଂଗ୍ରେସ ଓ ବାମପନ୍ଥୀ ଦଳ ଗୁଡିକ ସରପଞ୍ଚ ଓ ସମିତିସଭ୍ଯ ପ୍ରାର୍ଥୀ ଦେବାରେ ବିଫଳ ହୋଇଥିବା ଦେଖିବାକୁ ମିଳିଛି। ଜିଲ୍ଲାପରିଷଦ ମଧ୍ଯ ବିଜେଡି ସପକ୍ଷରେ ଯିବ । ଏଥର ଅଧ୍ଯକ୍ଷ ପଦ ଆସିକା ବିଧାନସଭା କ୍ଷେତ୍ରକୁ ଯିବ। କାରଣ ଗତଥର କବିସୂର୍ଯ୍ଯ ନଗର ବିଧାନସଭା କ୍ଷେତ୍ରରେ ରହିଥିଲା।

(ରିପୋର୍ଟ – ଉମାଚରଣ ପଟ୍ଟନାୟକ/ସପ୍ନେଶ୍ବର ପାଣିଗ୍ରାହୀ ।)

Leave A Reply

Your email address will not be published.