କବିସୂର୍ଯ୍ଯ ନଗର ବିଧାୟିକାଙ୍କ ଦ୍ଵାରା ଭତ୍ତା ଓ ଟ୍ରାୟ ସାଇକେଲ ବଣ୍ଟନ।

0 568

କବିସୂର୍ଯ୍ଯ ନଗର,୧୫/୧୨(ପିପିଟି); କବିସୂର୍ଯ୍ଯ ନଗର ବ୍ଳକ୍ କାର୍ଯ୍ୟାଳୟ ପରିସରରେ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ବିକଳାଙ୍ଗଙ୍କ ପାଇଁ ଆଶା ବାଡି ଓ ଟ୍ରାୟ ସାଇକେଲ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବିଧାୟିକା ଲତିକା ପ୍ରଧାନ ଯୋଗ ଦେଇ ହିତାଧିକାରୀଙ୍କୁ ସମସ୍ତ ଭତ୍ତା ଓ ଉପକରଣ ବଣ୍ଟନ କରିଥିଲେ। ବ୍ଲକ ଅଧ୍ଯକ୍ଷ ସନ୍ତୋଷ କୁମାର ପାଢୀ, ଭିଡିଓ ବାସୁଦେବ ନାୟକ, ଉପାଧ୍ୟକ୍ଷ ସଙ୍ଗୀତ ସ୍ବାଇଁଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ବ୍ଲକ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

(ରିପୋର୍ଟ- ଉମାଚରଣ ପଟ୍ଟନାୟକ। )

Leave A Reply

Your email address will not be published.