କବିସୂର୍ଯ୍ଯ ନଗରରେ ପରିବାର ଦର ଆକାଶ ଛୁଆଁ।

0 487

କବିସୂର୍ଯ୍ଯ ନଗର,୧୮/୧୦(ପିପିଟି):କବିସୂର୍ଯ୍ଯ ନଗର ଅଞ୍ଚଳରରେ ପରିବା ଚାଷ ହେଉଥିଲେ ମଧ୍ଯ ଚାହିଦା ଅନୁଯାଇ ଉତ୍ପାଦନ ହେଉ ନଥିବାରୁ ଅନ୍ଯ ବ୍ଲକ ଓ ଜିଲାରୁ ପରିବା ଆମଦାନୀ ସ୍ବତ୍ତେ ଦରଦାମ କମୁ ନାହିଁ। ସାଧାରଣ ଖାଉଟିଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଆଗକୁ ପୁଣି କାର୍ତ୍ତିକ ଓ ମାର୍ଗଶିର ମାସ ଅଛି। ବର୍ତ୍ତମାନ ବଜାରରେ ବିଲାତି ଆଳୁ କିଗ୍ରା ପ୍ରତି ୧୬ ଟଙ୍କା,ଟମାଟ ୬୦ ଟଙ୍କା, ବାଇଗଣ ୪୦ ଟଙ୍କା,ଗୁହାଁର ଝଟା ୪୦ ଟଙ୍କା,କଲରା ୫୦ ଟଙ୍କା, ବିନ୍ସ ୮୦ ଟଙ୍କା,ପୋଟଳ ୬୦ ଟଙ୍କା,ଜହ୍ନି ୪୦ ଟଙ୍କା, ଛଚିନ୍ଦ୍ରା ୪୦ ଟଙ୍କା,କାଙ୍କଡ ୬୦ ଟଙ୍କା , ଅମୃତଭଣ୍ଡା ୨୦ ଟଙ୍କା,କଞ୍ଚା କଦଳୀ ୩୦ ଟଙ୍କା,ଭେଣ୍ଡି ୪୦ ଟଙ୍କା,ସାରୁ ୨୪ ଟଙ୍କା, ଦେଶି ଆଳୁ ୬୦ ଟଙ୍କା, ଅଲଡି ୬୦ ଟଙ୍କା,କାକୁଡି ୪୦ ଟଙ୍କା,ଫୁଲ କୋବି ୬୦ ଟଙ୍କା,ବନ୍ଧା କୋବି ୪୦ ଟଙ୍କା, ଶିମ୍ବ ୮୦ ଟଙ୍କା କିଗ୍ରା ପ୍ରତି ଦର ରହିଛି।

(ରିପୋର୍ଟ- ଉମାଚରଣ ପଟ୍ଟନାୟକ/ ସପ୍ନେଶ୍ବର ପାଣିଗ୍ରାହୀ ।)

Leave A Reply

Your email address will not be published.