ଫୁଲବାଣୀ,୧୧/୦୯(ପିପିଟି); ଫୁଲବାଣୀ ରୁଜାଙ୍ଗି , ତିଲକପଡ଼ା ଜାତୀୟ ରାଜପଥ କଡ଼ରେ ମୂଲ୍ୟବାନ ସରକାରୀ ଜମିକୁ ଜମି ମାଫିଆ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କରିଥିବା ଓ ସେ ଜମିରେ କୋଠା ନିର୍ମାଣକୁ ନେଇ ଅଭିଯୋଗ ହେବା ପରେ ପ୍ରଶାସନ ପକ୍ଷରୁ ଉକ୍ତ ଜମି ଗୁଡିକ ଉପରେ ଏହା ସରକାରୀ ଜମି ଓ ପ୍ରବେଶ ଦଣ୍ଡନୀୟ ବୋଡ଼ ଲଗାଇଥିଲେ ମଧ୍ୟ ଉକ୍ତ ଜମି ଓ କୋଠା ଗୁଡ଼ିକରେ ଜବରଦଖଲକାରୀ ନିଜେ ରହିବା ଓ ଭଡା ଦେବା ଓ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଚଳାଇଥିଲେ ମଧ୍ୟ ପ୍ରସାଶନର ନୀରବତା ବିଭିନ୍ନ ପ୍ରଶ୍ନ ସୃଷ୍ଟି କରିଛି । ଏହାପରେ ପୁଣି ନୂଆ ଜବରଦଖଲକାରୀଙ୍କ ପାଇଁ ଏହି ଦଖଲକାରୀ ମାଇଲ ଖୁମ୍ବ ସାଜିଛନ୍ତି ପ୍ରଶାସନ ଏହିଭଳି ଢିଲା କାର୍ଯ୍ୟାନୁଷ୍ଠାନ ସରକାରଙ୍କ କୋଟି କୋଟି ଟଙ୍କାର ରାଜକୋଷକୁ ହରାଉଥିବା ବେଳେ ପ୍ରଶାସନ ନିର୍ଦ୍ଦେଶରେ କୌଣସି ଗୁରୁତ୍ତ୍ୱନଥିବା ଅଭିଯୋଗ ହେଉଛି । ବର୍ତ୍ତମାନ ଏହି ପ୍ରଶାସନ ନିର୍ଦ୍ଦେଶ ଧର୍ମକୁ ଆଖିଠାର ଭଳି ବୋଲି ଅଞ୍ଚଳରେ ଆଲୋଚନା ହେଉଛି । (ରିପୋର୍ଟ – ଶିବାନନ୍ଦ ପଟ୍ଟନାୟକ ।)