କନ୍ଧମାଳ ରେ ବିପୁଳ ପରିମାଣର ବିଷ୍ଫୋରକ ଜବତ: ୩ ଗିରଫ, ଲିଙ୍କ୍ ଖୋଜୁଛି ପୁଲିସ ।

0 415

କନ୍ଧମାଳ,୧୨/୦୪(ପିପିଟି): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସକୁ ମିଳିଛି ଏକ ବଡସଫଳତା। ଜବତ ହୋଇଛି ବିପୁଳ ପରିମାଣର ବିଷ୍ପୋରକ। ଏହି ଘଟଣାରେ ୩ ଜଣ ଗିରଫ ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ କୌଣସି ଏକ ବିଶେଷ ସୁତ୍ରରୁ ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀ ପି.ଶ୍ୟାମ ସୁନ୍ଦର ରାଓଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଫିରିଙ୍ଗିଆ ବ୍ଲକ ନୂଆପଦର ପଞ୍ଚାୟତର ପେନାଗିରି ଅଞ୍ଚଳରେ ଚଢଉ କରି ଏହି ବିଷ୍ଫୋରକ ସାମଗ୍ରୀ ଗୁଡ଼ିକ ଜବତ କରିବା ସହିତ ଏହି ଘଟଣାରେ ୩ ଜଣକୁ ଗିରଫ କରିବାରେ ସଫଳ ହୋଇଛି। ଜବତ ବିଷ୍ପୋରକ ସାମଗ୍ରୀ ମଧ୍ୟରେ ୧୦୦ଟି ଡିଟୋନେଟର,୯୮ଟି ଜିଲେଟିନ ଷ୍ଟିକ ରହିଛି। ଜବତ ବିଷ୍ଫୋରକର ଓଜନ ୧୨ କିଲୋ ୨୫୦ ଗ୍ରାମ ଥିବା ପୁଲିସ ସୂଚନା ଦେଇଛି। ଏହି ଘଟଣାରେ ଗିରଫ ତିନିଜଣ ହେଲେ ଫିରିଙ୍ଗିଆ ଥାନା ଅନ୍ତର୍ଗତ କାମ୍ବାପଦର ଗ୍ରାମର ମଙ୍ଗୁଲୁ କହଁର(୨୮), ଅନ୍ୟଜଣେ ନୟାଗଡ ଜିଲ୍ଲା ଥାନା କୁରାଳ ଅଞ୍ଚଳର ସଦାଶିବ କାହ୍ନା(୪୮) ଏବଂ ଅନ୍ୟଜଣେ ଗଞ୍ଜାମ ଜିଲା ଭଂଜନଗର ଜୁଲୁଣ୍ଡି ଗ୍ରାମର ପ୍ରଶାନ୍ତ ପ୍ରଧାନ ବୋଲି ପୁଲିସ ସୂଚନା ଦେଇଛି। ଗିରଫ ଦିନିଜଣ ଦୀର୍ଘଦିନ ହେଲା କୁଆଡ଼େ ବିଭିନ୍ନ ଅଞ୍ଚଳରେ ବିଷ୍ଫୋରକ ସାମଗ୍ରୀ ଯୋଗାଇ ଆସୁଥିବା ପୁଲିିସ ସୂତ୍ରରୁ ପ୍ରକାଶ। ଏହି ଅଭିଯୁକ୍ତମାନେ ଫିରିଙ୍ଗିଆ ଅଞ୍ଚଳରେ ଏହି ବିଷ୍ଫୋରକ ବ୍ୟବସାୟ କରୁଥିବା ବେଳେ ଏହାର ମାଷ୍ଟରମାଇଣ୍ଡ ଗିରଫ ପ୍ରଶାନ୍ତ ପ୍ରଧାନ ବୋଲି ପୁଲିସ୍ ତାହାର ପ୍ରାଥମିକ ତଦନ୍ତରୁ ପ୍ରକାଶ କରିଛି। ପେନାଗିରି ଅଞ୍ଚଳରୁ ପ୍ରଥମେ ପ୍ରଶାନ୍ତକୁ ଗିରଫ ପରେ ପୁଲିସ୍ ଅଟକ ରଖି ପଚରା ଉଚୁରା ପରେ ଫିରିଙ୍ଗିିଆ ଥାନା ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଭଞ୍ଜନଗର ସମେତ ଅନ୍ୟ ଅଞ୍ଚଳଳରେ ଚଢାଉ କରି ଅନ୍ୟମାନଙ୍କୁ ଗିରଫ କରାଯାଇଥିଲା। ସ୍ୱତନ୍ତ୍ର ଟିମକୁ ଫିରିଙ୍ଗିଆ ଥାନାର ଅତିରିକ୍ତ ଥାନା ଅଧିକାରୀ ଦଶରଥ ହେମ୍ରମ ନେତୃତ୍ୱରେ ଏସଆଇ ପ୍ରଦୀପ କୁମାର ରାଉଳଙ୍କ ସମେତ ଅନ୍ୟ କର୍ମଚାରିମାନେ ସାମିଲ ଥିଲେ। ଅନ୍ୟପଟେ ଫିରିଙ୍ଗିଆ ବ୍ଳକର ଅନେକ ପଂଚାୟତ ମାଓ ପ୍ରବଣ ଅଞ୍ଚଳବାସୀ ପରିଚିତ ଥିବା ବେଳେ ବେଆଇନ ଭାବରେ ଏତେ ପରିମାଣର ବିଷ୍ଫୋରକ ଜବତ ଘଟଣା ପରେ ଏହାକୁ ନେଇ ଅଞ୍ଚଳରେ ନାନା ଆଲେଚାନା ଆରମ୍ଭ ହୋଇଛି। ତେବେ ଗିରଫ ମାନେ ଏତେ ପରିମାଣରେ ବିଷ୍ଫୋରକ କାହିଁକି ରଖିଥିଲେ ତାହାକୁନେଇ ପୁଲିସ ଅଧିକ ତଦନ୍ତ ଆରମ୍ଭ କରିଥିବା ବେଳେ ଏହି ମାମଲାରେ ଫିରିଙ୍ଗିଆ ଥାନାରେ କେସ ନଂ ୪୪/୨୧ରେ ଏକ ମାମଲା ରଜୁକରି ଗିରଫ ତିନିଜଣକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ରାଓ ସୂଚନା ଦେଇଛନ୍ତି।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.