କନ୍ଧମାଳ ବୁନ୍ଦୁଲି ପଦର ଘାଟିରେ ୨ଜଣଙ୍କ ମୃତ ଦେହ ଉଦ୍ଧାର,ଦୁର୍ଘଟଣା ନା ହତ୍ୟାକୁ ନେଇ ସନ୍ଦେହ !

0 404
  • ଫୁଲବାଣୀ, ୧୮/୧୦(ପିପିଟି);କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ବୁନ୍ଦୁଲି ପଦର ଘଟିରେ ଗତ କାଲି ରାତିରେ ୨ ଜଣ ଯୁବକଙ୍କ ମୃତ ଦେହ ପଡିଥିବା ନେଇ ଖବର ପାଇ ତୁମୁଡିବନ୍ଧ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଏହା ଦୁର୍ଘଟଣା ନା ହତ୍ୟା ନେଇ ତଦନ୍ତ ଜାରି ରଖିଛି । ପ୍ରାଥମିକ ତଦନ୍ତରୁ ଏହି ୨ ଯୁବକ ତୁମୁଡିବନ୍ଧର ସଂକଳ୍ପ ନାୟକ ଓ ତପନ ବେହେରା ବୋଲି ଜଣା ପଡିଥିବା ବେଳେ ଏହିମାନେ ରାଇକିଆରୁ ନିଜ ଘର ତୁମୁଡିବନ୍ଧକୁ ଫେରୁଥିବା ନେଇ ତଦନ୍ତରୁ ଜଣା ପଡିଥିବା ତୁମୁଡିବନ୍ଧ ଥାନା ଅଧିକାରୀ ବାବା ସରାଫ ସୂଚନା ଦେଇଛନ୍ତି ।ତଦନ୍ତ ପରେ ଘଟଣା ନେଇ ସମ୍ପୂର୍ଣ୍ଣ ତଥ୍ୟ ମିଳିପାରିବ ବୋଲି ମଧ୍ୟ ସୂଚନା ଦେଇଛନ୍ତି ।

(ରିପୋର୍ଟ- ଶିବାନନ୍ଦ ପଟ୍ଟନାୟକ। )

Leave A Reply

Your email address will not be published.