କନ୍ଧମାଳ,୧୮/୦୩(ପିପିଟି): କନ୍ଧମାଳ ଜାଗରଣ ମଞ୍ଚର ଜିଲ୍ଲା ଆବାହକ ପରେଶ ମହାପାତ୍ରଙ୍କ ନେତୃତ୍ୱରେ କନ୍ଧମାଳ ଜିଲ୍ଲାରେ ପାରମ୍ପରିକ ଦଣ୍ଡନାଚ କରିବା ନିମନ୍ତେ କନ୍ଧମାଳ ଜିଲ୍ଲାର ୧୨୮ଗୋଟି ଦଣ୍ଡନାଚ କମିଟି ସଭାପତି ସମ୍ପାଦକ , ଅଧିକାରୀ , ପାଟଭୁକ୍ତା , ପୂଜକ, ସଦସ୍ୟ କର୍ମକର୍ତ୍ତା ସହସ୍ରାଧିକ ସଂଖ୍ୟାରେ କନ୍ଧମାଳ ଜିଲ୍ଲାପାଳ କାର୍ଯ୍ୟାଳୟ ଫୁଲବାଣୀ ଠାରେ ଉପସ୍ଥିତି ରହି କନ୍ଧମାଳ ଜିଲ୍ଲାରେ ଦଣ୍ଡନାଚ ପାଇଁ ଜିଲ୍ଲା ପ୍ରଶାସନ ଅନୁମତି ପ୍ରଦାନ କର ଏବଂ ଜିଲ୍ଲା ରେ ସଂସ୍କୃତି ହତ୍ୟା ବନ୍ଦ କର ଏଭଳି ବିଭିନ୍ନ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସଂସ୍କୃତି ଓ ପରମ୍ପରା ର ରକ୍ଷା ନିମନ୍ତେ ଚଳିତ ବର୍ଷ ଦଣ୍ଡନାଚ ପାଇଁ ଗୁହାରିଆ ଓ ନାଚପିଲା ମିଶି୨୦୦ ଲୋକଙ୍କୁ ଦଣ୍ଡ ପରମ୍ପରା ବଜାୟ ରଖିବା ପାଇଁ ଅନୁମତି ମିଳୁ । ୨. ଦଣ୍ଡନାଚ ପ୍ରଚଳନ ହେତୁ କାମନ ଘରର ରୀତିନୀତି କାଳୀପୂଜା ଓ ଅନ୍ୟାନ୍ୟ ଖର୍ଚ୍ଚ ଚଳି ଥାଏ। ଗତବର୍ଷ ଦଣ୍ଡନାଚ ବନ୍ଦ ହେତୁ ଦଣ୍ଡ କମିଟି ଗୁଡିକ ଆର୍ଥିକ ଚାପ ଦେଇ ଗତି କରୁଛନ୍ତି । ସଂସ୍କୃତି ଓ ପରମ୍ପରା ବାହାକ ଏହି ଦଣ୍ଡନାଚ ର ଉନ୍ନତି ଓ ପରିଚାଳନା ପାଇଁ ପ୍ରତ୍ୟେକ ଦଣ୍ଡ କାମନା ଘରକୁ ସରକାର ୧ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରନ୍ତୁ । ୩. ପୁରୁଷାନୁକ୍ରମେ ଦଣ୍ଡନାଚରେ ଯେଉଁ କଳାକାର ମାନେ ନୃତ୍ୟ ପ୍ରଦର୍ଶନ କରି ଆସୁଛନ୍ତି ସେହି କଳାକାର ମାନଙ୍କୁ ସରକାର କଳାକାର ଭତ୍ତା ପ୍ରଦାନ କରନ୍ତୁ । ଏହି ତିନଟି ଦଫା ଦାବୀ ସମ୍ମଳିତ ଦାବୀପତ୍ର କନ୍ଧମାଳ ଜିଲାପାଳ ଡ଼ ବୃନ୍ଦା ଡି ଙ୍କୁ ପ୍ରଦାନ କରିଥିଲେ । ଜିଲ୍ଲାପାଳ ବୃନ୍ଦା ଡି ଦୁଇ ଦିନ ମଧ୍ୟରେ ଅନୁମତି ସମ୍ପର୍କରେ କମିଟି ର କର୍ମକର୍ତ୍ତା ମାନଙ୍କୁ ଜଣାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଗତବର୍ଷ ବିଶ୍ୱ ମହାମାରୀ କୋରନା କଟକଣା ହେତୁ ଦଣ୍ଡନାଚ କରିବା ନିମନ୍ତେ ସରକାରଙ୍କ ତରଫରୁ ଅନୁମତି ମିଳିନଥିଲା । ଚଳିତ ବର୍ଷ ମାଁ କାଳୀଙ୍କର ଅଶେଷ କରୁଣାରୁ ଜିଲ୍ଲାରେ କୋରନା ର ପ୍ରଭାବ ସାମୟିକ ଭାବେ ସ୍ଥିର ରହିଛି । ସରକାର ଅନୁମତି ଦେଲେ ଦଣ୍ଡନାଚ କମିଟି ର କର୍ମକର୍ତ୍ତା ମାନେ କୋଭିଡ ୧୯ ପାଞ୍ଚ ସୁତ୍ରୀ ନିୟମ ମାନି ଦଣ୍ଡନାଚ ପରିବେଷଣ କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)