କନ୍ଧମାଳ ଜିଲ୍ଲାରେ ତିନି ଦିନ ଧରି ତାପମାତ୍ରା କମିବାରେ ଲାଗିଛି ।

0 254

ଫୁଲବାଣୀ,୦୯/୧୧(ପିପିଟି); ଗତ କାଲି ଫୁଲବାଣୀ ସହରର ତାପମାତ୍ରା ୧୦.୫ ଡିଗ୍ରୀକୁ ଖସିଥିବା ବେଳେ ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିର ତାପମାତ୍ରା ୧୦ ଡିଗ୍ରୀକୁ ଖସି ଯାଇଛି । ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ମଧ୍ୟ ତାପମାତ୍ରା କମିବାରେ ଲାଗିଛି । ପ୍ରବଳ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁ ଲଗାଇ ବସି ରହୁଥିବା ଦେଖିବାକୁ ମିଳୁଛି । ସକାଳୁ ସକାଳୁ ଗଛ ପତ୍ରରେ କାକର ପଡି ଏକ ସ୍ତର ବହୁ ସମୟ ଧରି ରହିଥାଉଛି । ସହରରେ ଗରିବ ଭିକାରୀ ଓ ମାନସିକ ବିକାର ଗ୍ରସ୍ତଙ୍କ ଅବସ୍ଥା ଲହିଲେ ନ ସରେ ଏହି ହାଡ ଭଙ୍ଗା ଥଣ୍ଡାରେ ଖୋଲା ଆକାଶ ତଳେ କାହା ବାରଣ୍ଡାରେ ପଡି ଥରୁ ଥିବା ବେଳେ ପ୍ରଶାସନ ଏହି ମାନଙ୍କ ପାଇଁ ବର୍ତ୍ତମାନ ସୁଦ୍ଧା ସ୍ଥାୟୀ ରାତ୍ରିକାଳୀନ ଆଶ୍ରୟ ସ୍ଥଳି ଟିଏ କରିପାରି ନାହିଁ । ଚଳିତ ବର୍ଷ ଅଧିକା ବର୍ଷା ହୋଇଥିବାରୁ ସେହି ଅନୁପାତରେ ଥଣ୍ଡା ବି ପ୍ରବଳ ମାତ୍ରାରେ ବଢିବା ଆଶଙ୍କା କରାଯାଉଛି । ଜିଲ୍ଲାରେ ପ୍ରତି ବର୍ଷ ପରି ପାରଦ 0° କୁ ଖସିବାର ସମ୍ଭାବନା ରହିଛି । ପ୍ରଶାସନ ଏହି ସବୁକୁ ଦୃଷ୍ଟିରେ ରଖି ତୁରନ୍ତ ଏହି ଅସହାୟଙ୍କ ଥଇଥାନ ବ୍ୟବସ୍ଥା ନ କଲେ ଥଣ୍ଡାରେ ଏହିମାନଙ୍କ ମୃତ୍ୟୁ ଘଟିବାକୁ ଏଡାଇ ଦିଆ ଯାଇ ନ ପାରେ । ୨୦୦୬ ମସିହାରେ ଦିଲ୍ଲୀରେ ପ୍ରବଳ ଥଣ୍ଡାରେ ବହୁ ଲୋକଙ୍କର ମୃତ୍ୟୁ ଘଟିଥିବା ନେଇ ସୁପ୍ରିମକୋର୍ଟ କଡା କଡୀ ନିର୍ଦ୍ଦେଶ ଦେଇଛନ୍ତି କୌଣସି ଲୋକ ଥଣ୍ଡାରେ ଯେଭଳି ନ ମରନ୍ତି ସେଥିପାଇଁ ପ୍ରଶାସନ ରାତ୍ରିକାଳୀନ ଆଶ୍ରୟ ସ୍ଥଳି ଏବଂ କମଳ ଓ ରାତ୍ରିକାଳୀନ ଖାଦ୍ୟ ପେୟ ବ୍ୟବସ୍ଥା ନିଶ୍ଚିତ କରିବା ପାଇଁ । କିନ୍ତୁ ସରକାର ଓ ଜିଲ୍ଲା ପ୍ରଶାସନ ଏସବୁକୁ ଗୁରୁତ୍ୱ ଦେଉନଥିବା ବେଳେ ତୁରନ୍ତ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଏସବୁର ସମାଧାନ କରି ଏହି ନିଃସହାୟ ଲୋକଙ୍କୁ ଥଇଥାନ କରିବା ପାଇଁ ଜିଲ୍ଲା ବ୍ୟାପି ଦାବି ହେଉଛି ।
(ରିପୋର୍ଟ- ଶିବାନନ୍ଦ ପଟ୍ଟନାୟକ। )

Leave A Reply

Your email address will not be published.