କନ୍ଧମାଳ ଜିଲ୍ଲାରେ ଜବକାର୍ଡ ଦୁର୍ନୀତି !

0 275

ଫୁଲବାଣୀ,୨୩/୦୯(ପିପିଟି), ଜିଲ୍ଲା ପ୍ରଶାସନ ଭୁଲ ତଥ୍ୟ ପ୍ରଦାନ କରି ପୁରସ୍କୃତ ହେଉଥିବା ବେଳେ ବାସ୍ତବରେ ଜିଲ୍ଲାର ସ୍ଥିତି ଭିନ୍ନ ଥିବା ଅଭିଯୋଗ ହେଉଛି । ଜିଲ୍ଲାରେ ୧,୫୦,୦୦୦ ଜବ କାର୍ଡ ପ୍ରଦାନ କରାଯାଇଥିବା ପ୍ରସାଶନ ସୁଚାଉ ଥିବାବେଳେ ଏହିମାନଙ୍କୁ ୧୦୦ ଦିନର କାମ ଯୋଗାଇ ଦିଆଯାଇଥିବା ମଧ୍ୟ ସରକାରୀ କାଗଜ କହୁଛି । କିନ୍ତୁ ପ୍ରାୟ ୫୦% ଅଧିକ ଜବ କାର୍ଡ ଠିକାଦାର ଓ ଜି.ଆର.ଏସ ମାନଙ୍କ କବଜାରେ ଥିବା କିଛି ସାମାଜିକ କର୍ମୀ ଅଭିଯୋଗ କରୁଛନ୍ତି । ଏହି ଯୋଜନରେ ଜିଲ୍ଲାକୁ ଆସୁଥିବା କାମ ଗ୍ରାମାଞ୍ଚଳ ଗୁଡିକରେ ମେସିନ ଲଗାଇ କରାଯାଉଥିବା ଅଭିଯୋଗ ହେଉଛି । ଜବ କାର୍ଡଧାରୀଙ୍କ ଏକାଉଣ୍ଟକୁ ଆସୁଥିବା ପଇସାକୁ ଚଞ୍ଚକତା କରି WITH DRAWL ଫର୍ମରେ ଦସ୍ତଖତ କରାଇ ଦିନେ ଦୁଇଦିନର ମଜୁରି ପ୍ରଦାନ କରି ସବୁ ଟଙ୍କାକୁ ଉଠାଇନେଉଛନ୍ତି ଠିକାଦାର ଓ ଜି.ଆର.ଏସ ଏହିଭଳି ଅଭିଯୋଗ କରିଛନ୍ତି ଜିଲ୍ଲାର ଦୁର୍ଗମ ଗ୍ରାମାଞ୍ଚଳରେ କାମ କରୁଥିବା କିଛି ସମାଜିକ କର୍ମୀ ଓ ସଂଗଠନ । ଏହିଯୋଜନାରେ କାମ କରି ବର୍ଷ ବର୍ଷ ଧରି ପ୍ରାପ୍ୟ ନ ପାଇ ଜିଲ୍ଲା ମୁଖ୍ୟାଳୟର ଦ୍ୱାରସ୍ତ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଦାବି କରିଛନ୍ତି ଏହି ପୀଡିତ । ଏହିସବୁର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଏହି ଜବ କାର୍ଡ ଓ ଯୋଜନାକୁ ନେଇ ଚାଲିଥିବା ବଡ ଦୁର୍ନୀତିର ପର୍ଦାଫାସ ହେବ ବୋଲି ବିଭିନ୍ନ ମହଲରେ ଦାବି ହେଉଛି । (ରିପୋର୍ଟ – ଶିବାନନ୍ଦ ପଟ୍ଟନାୟକ ।)

Leave A Reply

Your email address will not be published.