କନ୍ଧମାଳରେ ସରକାରୀ ମେଡିକାଲ କଲେଜ ପାଇଁ କେନ୍ଦ୍ରୀୟ ଅନୁମୋଦନ ମିଳିନଥିବା ବେଳେ ଜମି ଅଧିଗ୍ରହଣ କାହା ସ୍ୱାର୍ଥରେ ?

0 483

ଫୁଲବାଣୀ, ୧୮/୧୧(ପିପିଟି); କନ୍ଧମାଳ ଜିଲ୍ଲାରେ ମିଳିତ ନାଗରୀକ କମିଟି ଓ ବୋହୁ ସଂଗଠନ ଦାବୀ ଓ ଆନ୍ଦୋଳନ ପରେ ଗତ ବର୍ଷ ଫୁଲବାଣୀରେ ଏକ ସରକାରୀ ମେଡିକାଲ କଲେଜ ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ଗତ ବର୍ଷ ତାଙ୍କ ଜନ୍ମଦିନରେ କେନ୍ଦ୍ର ସରକାରଙ୍କର ଏହି ଘୋଷଣାକୁ ଜିଲ୍ଲା ଉଦେଶ୍ୟରେ ଘୋଷଣା କରିଥିଲେ । ଏହା ମଧ୍ୟରେ ଏକ ବର୍ଷ ବିତି ଯାଇଥିଲେ ମଧ୍ୟ ଏଥିରେ କୌଣସି ଅଗ୍ରଗତି ହୋଇନଥିବା ଜଣାପଡ଼ିଛି । କେନ୍ଦ୍ର ସରକାରଙ୍କ ଦେଶରେ ୭୫ ଟି ଫେଜ-୩ ମେଡିକାଲ କଲେଜ ମଧ୍ୟରୁ କନ୍ଧମାଳରେ ଗୋଟିଏ ହେବ ବୋଲି ଘୋଷଣା ହୋଇଥିଲା ଓ ଏଥିପାଇଁ ଗତ ଡିସେମ୍ବର ୩ ତାରିଖରେ ୩୨୫ କୋଟି (୬୦ ଭାଗ କେନ୍ଦ୍ର ଓ ୪୦ ଭାଗ ରାଜ୍ୟ ) ଟଙ୍କାର ଏକ ପୂର୍ଣ୍ଣାଙ୍ଗ ପ୍ରକଳ୍ପ ରିପୋର୍ଟ ସ୍ବାସ୍ଥ୍ୟ ବିଭାଗର ଜଣେ ଯୁଗ୍ମ ସଚିବ ନେଇ କେନ୍ଦ୍ରରେ ଦାଖଲ କରିଥିଲେ । ଏହାପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ଭୁବନେଶ୍ୱର ଏମ୍ସର ଏକ କାର୍ଯ୍ୟକ୍ରମରେ ଯୋଗଦେଇ କନ୍ଧମାଳ ମେଡିକାଲ କଲେଜ ପାଇଁ ରାଜ୍ୟ ସରକାରଙ୍କର ପ୍ରସ୍ତାବ ବିଚାରଧୀନ ଥିବା ନେଇ ବକ୍ତବ୍ୟ ରଖିଥିଲେ । ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗରେ ଏନେଇ କୌଣସି ଅଗ୍ରଗତି ହୋଇନଥିବା ସୂଚନା ମିଳିଛି । ରାଜ୍ୟ ସରକାରଙ୍କର କନ୍ଧମାଳ ଜିଲ୍ଲା ପାଇଁ ନିଯୁକ୍ତି ହୋଇଥିବା ନୋଡାଲ ଅଫିସରଙ୍କ ନିକଟରେ ଏହାର ଅଗ୍ରଗତି ନେଇ କୌଣସି ସୂଚନା ନଥିବା ସେ ପ୍ରକାଶ କରିଛନ୍ତି । ଏହିଭଳି ଅବ୍ୟବସ୍ଥା ଭିତରେ କନ୍ଧମାଳ ମେଡିକାଲ କଲେଜ ଥିବା ବେଳେ ଜିଲ୍ଲା ପ୍ରଶାସନର କୌଣସି ମେଡ଼ିକାଲ କଲେଜର ନିର୍ଦେଶ ନାମାକୁ ଅନୁଧ୍ୟାନ ନ କରି ମେଡିକାଲ କଲେଜ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଚାଲିଥିବା କାହା ସ୍ଵାର୍ଥ ପାଇଁ ବୋଲି ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି । କେନ୍ଦ୍ର ସରକାରଙ୍କ ଫେଜ-୩ ମେଡିକାଲ କଲେଜ ନିର୍ଦେଶ ନାମାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦୁଇ ବର୍ଷ ମଧ୍ୟରେ ଏହି କଲେଜ ଆରମ୍ଭ ହେବା ସୂଚନା ଥିବା ବେଳେ ଏହା ପୁଣି କେଉଁ ନିର୍ଦେଶ ନାମା ଓ ବିନା ଅନୁମୋଦନରେ ମୁଖ୍ୟ ଚିକିତ୍ସାଳୟ ଠାରୁ ୭ କିଲୋମିଟର ଦୂରରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଚାଲିଛି ଓ ଏଥିପାଇଁ ଫେଜ-୩ ପାଇଁ ଘୋଷଣା ଅର୍ଥଠାରୁ ଅନ୍ୟତ୍ର କଲେ ଅଧିକା ଟଙ୍କା କେଉଁଠାରୁ ଆସିବ ଓ ଏହା ସରକାରୀ ମେଡିକାଲ କଲେଜ ହୋଇପାରିବ ନା ନାହିଁ ଏନେଇ ବିଭିନ୍ନ ସନ୍ଦେହ ଚାଲିଥିବା ବେଳେ ମେଡିକାଲ କଲେଜ ପାଇଁ ଆନ୍ଦୋଳନ କରିଥିବା ମିଳିତ ନାଗରିକ କମିଟି ସଭାପତି ଅରୁପ ଜେନା ଆଗାମୀ ଡିସେମ୍ବର ୩୦ ସୁଧା ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ଅନୁମୋଦନ ନ ମିଳିଲେ ଜିଲ୍ଲାବାସୀ ଆନ୍ଦୋଳନକୁ ଓହ୍ଲାଇବା ନେଇ ଚେତାବନୀ ଦେଇଛନ୍ତି ।
(ରିପୋର୍ଟ- ଶିବାନନ୍ଦ ପଟ୍ଟନାୟକ। )

Leave A Reply

Your email address will not be published.