କଣ୍ଟେନମେଣ୍ଟ ଜୋନ୍ ଉଠାଇବାନେଇ ହାଟପଦା ବ୍ୟବସାୟୀ ମାନଙ୍କ ସହ ନୀର୍ବାହୀ ଅଧିକାରୀଙ୍କ ଆଲୋଚନା ।

0 255

ବେଲଗୁଣ୍ଠା,୦୨/୦୮(ପିପିଟି);ଗଞ୍ଜାମ ଜିଲ୍ଲାରେ କରୋନା ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲ୍ଲାର କିଛି ସହରକୁ ପ୍ରଶାସନ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିବା ସହ ପ୍ରାୟ ଜକ ମାସରୁ ଉର୍ଦ୍ଧ୍ବ ସଟ୍ ଡାଉନ କରିଛନ୍ତି ।କଣ୍ଟେନମେଣ୍ଟ ଜୋନ୍ ଅଞ୍ଚଳରେ ବ୍ୟବସାୟ ସମ୍ପୂର୍ଣ୍ଣ ରୁପେ ବାଧାପ୍ରାପ୍ତ ହୋଇଛି । ବେଲଗୁଣ୍ଠା ସହର ମଧ୍ୟ କଣ୍ଟେନମେଣ୍ଟ ଜୋନ୍ ରେ ରହିଛି ଏବଂ ସହରରେ ସଟ୍ ଡାଉନ ଜାରିରହିଛି । ସହରର ୨,୩,୪,୫,୬,୭ ନମ୍ବର ୱାର୍ଡରେ ଏବେ ମଧ୍ୟ ପ୍ରାୟ ୧୮ ଜଣ ଏକ୍ଟିଭ କରୋନା ରୋଗୀ ରହିଥିବା ବେଳେ ସହରର ୧,୮,୯,୧୦,୧୨,୧୩ ୱାର୍ଡ କରୋନା ମୁକ୍ତ ହୋଇଛି ।ସହରର ହାଟପଦା ତଥା ୫ ନମ୍ବର ୱାର୍ଡରେ ବହୁତ ବ୍ୟବସାୟିକ ପ୍ରତିଷ୍ଠାନ ରହିଛି କିନ୍ତୁ ସଟ୍ ଡାଉନ୍ କାରଣରୁ ବ୍ୟବସାୟ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି ।ହାଟପଦାରେ ବେଲଗୁଣ୍ଠା ସହର ସମେତ ସହର ବାହାରର ବ୍ୟବସାୟୀ ମାନେ ବିଭିନ୍ନ ପ୍ରକାର ବ୍ୟବସାୟ କରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି । ଆଜି ବେଲଗୁଣ୍ଠା ଏନ୍.ଏ.ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର ହାଟପଦାର ବ୍ୟବସାୟୀ ମାନଙ୍କ ସହ ଏନ୍.ଏ.ସି କାର୍ଯ୍ୟାଳୟ ଠାରେ ଆଲୋଚନା କରିଥିଲେ ।ଅଗଷ୍ଟ ୧ ତାରିଖ ଠାରୁ ଗଞ୍ଜାମ ଜିଲ୍ଲାରେ ଜିବନ ଜୀବିକାକୁ ଦୃଷ୍ଟିରେ ରଖି ବ୍ୟବସାୟ କରିବା ପାଇଁ କଟକଣା କୋହଳ କରାଯାଇଛି ।କିନ୍ତୁ କଣ୍ଟେନମେଣ୍ଟ ଜୋନ୍ ଅଞ୍ଚଳରେ ବ୍ୟବସାୟ ବନ୍ଦ ରଖିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ରହିଛି । ଆଜି ଏନେଇ ନିର୍ବାହୀ ଅଧିକାରୀ ବ୍ୟବସାୟୀ ମାନଙ୍କ ସହବିସ୍ତୃତ ଆଲୋଚନା କରିଥିଲେ । ସମସ୍ତ ବ୍ୟବସାୟୀ କରୋନା ପରୀକ୍ଷା କରିବା ପାଇଁ ପରାମର୍ଶ ଦେବା ସହ ଯାହାର ପଜିଟିଭ ଚିହ୍ନଟ ହେଲେ ସେ ପ୍ରଶାସନର ସହଯୋଗରେ ହୋମ୍ ଆଇସୋଲେସନରେ ରହିପାରିବେ ଏବଂ ତାଙ୍କୁ ପ୍ରଶାସନ ତରଫରୁ ସମସ୍ତ ଆବଶ୍ୟକୀୟ ଔଷଧ ଯୋଗାଇ ଦିଆଯିବ ବୋଲି କହିଥିଲେ ଯାହାର ନେଗଟିଭ୍ ରିପୋର୍ଟ ଆସିଲା ସେମାନେ ବ୍ୟବସାୟ କରିପାରିବେ ।ଫଳରେ ଭାଇରସ୍ ବ୍ୟାପିପାରିବ ନାହିଁ । ତେଣୁ ଆସନ୍ତା ଦୁଇ ଦିନ ମଧ୍ୟରେ ସମସ୍ତ ବ୍ୟବସାୟୀ କରୋନା ପରୀକ୍ଷା କରିବାକୁ ଗୁରୁତ୍ୱ ଦେଇଥିଲେ । ଏପରି କଲେ ସେ ଆସନ୍ତା ୭ ତାରିଖରେ ବେଲଗୁଣ୍ଠା ସହରରୁ କଣ୍ଟେନମେଣ୍ଟ ଜୋନ୍ ଉଠାଇବାନେଇ ଜିଲ୍ଲାପାଳଙ୍କୁ ସୁପାରିଶ କରିବେ ବୋଲି ପ୍ରକାଶ କରିଥିଲେ । ତା ସହ କରୋନାକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ । ଆମେ ବ୍ୟବସାୟ ଆରମ୍ଭ କଲେ ମାସ୍କ ପିନ୍ଧିବା,ଗ୍ଲୋବ୍ସ ପିନ୍ଧିବା,ଦୋକାନରେ ସାବୁନ୍, ସାନିଟାଇଜର୍ ରଖିବା, ଦୋକାନ ସାମ୍ନାରେ ବାଉଁଶ ବାରିକେଟ୍ ନିର୍ମାଣ କରି ସାମାଜିକ ଦୁରତ୍ୱ ରକ୍ଷା କରିବା, ଗ୍ରାହକୁ ବିନା ମାସ୍କରେ ଜିନିଷ ନ ଦେବା ଏପରି କିଛି ନିୟମ ମାନି ଚଳିଲେ କରୋନା ବ୍ୟାପିବ ନାହିଁ ।ବଜାର ଖୋଲିଲେ ବଜାର ଭିତରେ କୌଣସି ଗାଡି ପାର୍କିଂ ହୋଇପାରିବ ନାହିଁ । ଗାଡି ପାର୍କିଂ ପାଇଁ ପରିଷଦ ତରଫରୁ ସହରର ଚାରୋଟି ସ୍ଥାନ ଚିହ୍ନଟ ହେବ ଏବଂ ସେଠାରେ ସମସ୍ତେ ଗାଡି ରଖି ବଜାରକୁ ଆସିବେ ବୋଲି କହିଥିଲେ ଏବଂ ବ୍ୟବସାୟୀ ମାନଙ୍କ ସମ୍ପୂର୍ଣ୍ଣ ସହଯୋଗ ଆଶା କରିଥିଲେ ।ବ୍ୟବସାୟୀ ମାନେ ମଧ୍ୟ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଦୋକାନରେ କରୋନା ନିୟମାବଳୀ ମଧ୍ୟ ପୋଷ୍ଟର ମାଧ୍ୟମରେ ଲଗାଇବା ସହ ଏହି ନିୟମକୁ କଡାକଡି ପାଳନ କରାଇବୁ ବୋଲି ବ୍ୟବସାୟୀ ମାନେ ନିର୍ବାହୀ ଅଧିକାରୀ ଶ୍ରୀ ପାତ୍ରଙ୍କୁ ଜଣାଇଥିଲେ । ଯଦି କୌଣସି ବ୍ୟକ୍ତି କରୋନା ନିୟମ ପାଳନ ନ କରନ୍ତି ତେବେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶନାମା ପ୍ରକାରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ କଣ୍ଟେନମେଣ୍ଟ ଉଠିଲା ପରେ ଯଦି କୌଣସି ବ୍ୟକ୍ତି ପାର୍କିଂ ପାଇଁ ଚିହ୍ନଟ ଜାଗା ବଦଳରେ ବଜାରରେ ପାର୍କିଂ କରନ୍ତି ତେବେ ତାଙ୍କ ଗାଡି ଜବତ କରାଯିବ ବୋଲି ନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର ଜଣାଇଛନ୍ତି ।ଏହି ଆଲୋଚନାରେ ବେଲଗୁଣ୍ଠା ହାଟପଦା ମୁଖ୍ୟ ରାସ୍ତାରେ ସମସ୍ତ ବ୍ୟବସାୟୀ ଅଂଶଗ୍ରହଣ କରି ନିଜର ମତାମତ ରଖିଥିଲେ । ରିପୋର୍ଟ – ଶିବରାମ ଚୌଧୁରୀ ।

Leave A Reply

Your email address will not be published.