କଣ୍ଟା ଓ ଅଗ୍ନିରେ ଗଡୁଛନ୍ତି ଦଣ୍ଡୁଆ ଭକ୍ତ।

0 392

ବୋଲଗଡ଼,୧୪/୦୪(ପିପିଟି): ଭକ୍ତ ର ଭକ୍ତିରେ ଭରା ବେଗୁନିଆ ଓ ବୋଲଗଡ଼ର ଅନେକ ଶୈବ ପୀଠରେ ପର୍ବ ମଧ୍ୟରୁ ଆସ୍ଥା ଓ ବିଶ୍ୱାସର ଏକ ପବିତ୍ର ପର୍ବ ଝାମୁଯାତ୍ରା ବା ଦଣ୍ଡଯାତ୍ରା,ଏକ ନିଆରା ପରମ୍ପରା ପ୍ରତିକର ପର୍ବ ।ଏଠି ଭକ୍ତ ଟିଏ ସବୁ ମୋହାମୟାଠୁ ନିଜକୁ ଦୁରେଇଦେଇ ଭଗବାନଙ୍କ ନିକଟରେ ସମ୍ପୂର୍ଣ ସମର୍ପିତ ହୋଇଥାଏ । ଏହି ପର୍ବରେ ପଡୋଶୀ ଅଞ୍ଚଳ ବ୍ୟତୀତ ଦୂରଦୂରାନ୍ତ ରୁ ପ୍ରାୟ ୮୦ ରୁ ଅଧିକ ଭକତିଆ ମାନେ ଆସି ଉପବାସ କରିଥାନ୍ତି । ୯ ଦିନ,୧୩ଦିନ ଓ ୧୭ଦିନ ଧରି ଏହି ପର୍ବ ଚାଲିଥାଏ,ଏହି ପର୍ବରେ କିଛି ଆଶ୍ଚର୍ଯ୍ୟ କର ଦୃଶ୍ୟ ଦେଖିବାକୁ ମିଳିଥାଏ । ସେଥି ମଧ୍ୟରୁ ମେରୁ ଦିନ ଭକତିଆ ମାନେ ପାଇକଲେଖା, ବେତ ଓ ବନବନକିଆ ଭଳି ବିଷାକ୍ତ କଣ୍ଟାର ଶଯ୍ୟା ଉପରେ ଗଡୁ ଥିବାର ଦେଖିବାକୁ ମିଳିଥାଏ ଓ ପଣା ସଂକ୍ରାନ୍ତି ଦିନ ଭଗବାନଙ୍କ ସେବାୟତମାନେ, ଅଭିଳାଶି ଭକ୍ତମାନେ ଅଗ୍ନି ଉତ୍ସବରେ ଭାଗ ନେଇ ଏକ ଅଲୌକିକର ପ୍ରତିଛବି ଦିଅନ୍ତି । ଏହା ହିଁ ନିଷ୍ଠା,ବିଶ୍ୱାସର ପ୍ରମାଣ ଦେଇଥାଏ । ଏହି ପର୍ବଟିକୁ ଦେଖିବାକୁ ଶ୍ରଦ୍ଧାଳୁ ମାନଙ୍କ ଭିତରେ ଆବେଗ ଦେଖିବାକୁ ମିଳଥାଏ ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.