ତିର୍ତ୍ତୋଲ,୨୬/୧୦(ପିପିଟି);ତିର୍ତ୍ତୋଲ ବିଧାନସଭା ଉପ-ନିର୍ବାଚନ ରେ ପୂର୍ବତନ ବିଧାୟକ ୰ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସ ବିଜେଡି ତରଫରୁ ପ୍ରାର୍ଥୀ ହୋଇଛନ୍ତି । ଏହା ଘୋଷଣା ହେବା ପୂର୍ବରୁ ଓ ପ୍ରାର୍ଥୀ ପତ୍ର ଯାଞ୍ଚ ପରେ ମଧ୍ୟ ଦଳୀୟ କନ୍ଦଳ ଯୋଗୁଁ ବିଭିନ୍ନ ପଞ୍ଚାୟତରେ ବିଜେଡି କର୍ମୀ ସମ୍ମିଳନୀ କରିବାକୁ ନାକେଦମ୍ ହୋଇଯାଇଥିଵା ପଞ୍ଚାୟତ ସ୍ତରୀୟ ନେତା ବିଜେଡି ପର୍ଯ୍ୟବେକ୍ଷକଙ୍କ ନିକଟରେ ଶରଣ ପଶିଥିଲେ । ଏହିପରି ଏକ ଵିବାଦର ସମାପ୍ତି ଘଟିଛି ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର କଟରା ପଞ୍ଚାୟତରେ ବାରମ୍ବାର ବୈଠକ କରି ସବୁ ବିବାଦର ଅବସାନ ଘଟାଇ ପଞ୍ଚାୟତର କର୍ମୀ ଓ ନେତାଙ୍କୁ ଏକାଠି କରିଛନ୍ତି ବିଜେଡି ପର୍ଯ୍ୟବେକ୍ଷକ ପାରାଦୀପ ର ପୂର୍ବତନ ନଗରପାଳ ଵସନ୍ତ କୁମାର ବିଶ୍ବାଳ ଓ ବିଜେଡି ନେତା ଯୁଗଳ କିଶୋର ନାୟକ । ଆଜି ସନ୍ଧ୍ୟାରେ ଅନୁଷ୍ଠିତ ଏହି ବିଜେଡି କର୍ମୀ ସମ୍ମିଳନୀରେ ବସନ୍ତ କୁମାର ବିଶ୍ଵାଳ ବିଜେପିର ଜନ ବିରୋଧୀ ପଦକ୍ଷେପ ବିଷୟରେ କର୍ମୀ ମାନଙ୍କୁ ସୂଚନା ଦେଵା ସହ ଏକ ହୋଇ କାର୍ଯ୍ୟ କରିବାକୁ ନିବେଦନ କରିଥିଲେ । ଏହି ବିଜେଡି କର୍ମୀ ସମ୍ମିଳନୀରେ ଵିଜେଡି ପର୍ଯ୍ୟବେକ୍ଷକଙ୍କ ସହ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ, ତିର୍ତ୍ତୋଲ ଵ୍ଲକ୍ ଵିଜେଡି ସଭାପତି ଗଙ୍ଗାଧର ବିଶ୍ୱାଳ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରିୟଦର୍ଶିନୀ ଵିଶ୍ଵାଳ ଯୋଗ ଦେଇଥିଲେ ।
(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।)