କଙ୍କୋରଡ଼ା ବିଜ୍ଞାନ ମହାବିଦ୍ୟାଳୟରେ ପାଟପୁର ପୋଲିସ ତରଫରୁ ସଡକ ସୁରକ୍ଷା ସପ୍ତାହ କାର୍ଯ୍ୟକ୍ରମ ଅନୁଷ୍ଠିତ ।

0 241

କଙ୍କୋରଡ଼ା, ୧୨/୦୮ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ କଙ୍କୋରଡା ବିଜ୍ଞାନ ମହାବିଦ୍ୟାଳୟ ଓ ପାଟପୁର ପୋଲିସ, ପରିବହନ ବିଭାଗର ମିଳିତ ଉଦ୍ୟମରେ କଲେଜର ଅଧକ୍ଷ୍ୟ ଡ଼ଃ ପ୍ରକାଶ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଛାତ୍ରଛାତ୍ରୀଙ୍କୁ ସଡ଼କ ସୁରକ୍ଷା ତଥା ନିରାପଦ ଯାତ୍ରା ଓ ଯୁବ ସଂସ୍କାର ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ସାନଖେମୁଣ୍ଡି ତହସିଲଦାର ଡ଼ଃ ଶ୍ରୀନିବାସ ବେହେରା, ଛତ୍ରପୁର ଡିଏସପି ମମତା ନାୟକ, ପାଟପୁର ଥାନା ଅଧିକାରୀ ସବ୍ୟସାଚ୍ଚି ମଲ୍ଲ, ଆଡ଼ପଡା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ଃ ବାହାନ ଦାସ, ସାନଖେମୁଣ୍ଡି ଅଗ୍ନିଶମ ଅଧିକାରୀ ଧିରଜ କୁମାର ବିଧାର, ରାଜ୍ୟ ପରିବହନ ବିଭାଗ ଗଞ୍ଜାମ ଜିଲ୍ଲା ଏମଭିଆଇ ରତିକାନ୍ତ ନାହାକ, କଙ୍କୋରୋଡା ବିଜ୍ଞାନ ମହାବିଦ୍ୟାଳୟର ଅଧକ୍ଷ ଡ଼ଃ ପ୍ରକାଶ ଚନ୍ଦ୍ର ଜେନା, ପାଟପୁର କଲେଜ ରାସାୟନିକ ବିଜ୍ଞାନ ଅଧ୍ୟାପକ ଡ଼ଃ କୈଳାସ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଯୋଗ ଦେଇ କିପରି ଯାତାୟାତ କରିଲେ ଆମ ଜୀବନ ସୁରକ୍ଷିତ ରହିବ ଓ ଆଜିର ଯୁବ ପିଢ଼ି ଯାଉଥିବା ଭୁଲ ବାଟରୁ କିପରି ସଠିକ ମାର୍ଗକୁ ଆସିପାରିବେ ସେ ବିଷୟରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀ, ଅଟୋ ଡ୍ରାଇଭର ଓ ଉପସ୍ଥିତ ଲୋକଙ୍କୁ ବୁଝାଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ ସାନଖେମୁଣ୍ଡି ଡ୍ରାଇଭର ସଙ୍ଘ ଏବଂ ସମସ୍ତ ଯୁକ୍ତ ତିନି ଏବଂ ଯୁକ୍ତ ଦୁଇ ଛାତ୍ରଛାତ୍ରୀ, କଲେଜର ଅଧ୍ୟାପକ ଅଧ୍ୟାପିକା ଯୋଗ ଦେଇ ସଡକ ସୁରକ୍ଷା ଓ ଯୁବ ସଂସ୍କାର କାର୍ଯ୍ୟକ୍ରମ ସହ ମକ ଡ୍ରିଲ କାର୍ଯ୍ୟକ୍ରମକୁ ବୁଝିବା ସହିତ ନିଜେ ନିଜ ଜୀବନରେ କାର୍ଯ୍ୟକାରୀ କରିବେ ବୋଲି ଅନୁମାନ କରାଯାଉଛି ।

ରିପୋର୍ଟ -:- ଆରତ କୁମାର ହୋତା

Leave A Reply

Your email address will not be published.