କକା ର ବନ୍ଧୁକ ଗୁଳିରେ ପୁତୁରା ଶିକାର , ସେପଟେ କକା ଫେରାର ।

0 559

କଳାହାଣ୍ଡି,(ପିପିଟି)୦୪/୦୫ , କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର  ବ୍ଲକ୍ କିଆପଦର ପଞ୍ଚାୟତ ସ୍ଥିତ ଡାଲଗୁମା ଗାଁରେ କକାର ବନ୍ଧୁକ ଗୁଳି ରେ ପୁତୁରା ଶିକାର ହେବା ଘଟଣା ଘଟିଛି  । ପୋଲିସ ସୁତ୍ରରୁ ପ୍ରକାଶ ଯେ ଥୁଆମୂଳ ରାମପୁର୍ ଥାନା ଅନ୍ତର୍ଗତ ରେ ଥିବା ଡାଲଗୁମା ଗାଁର ଯୁବକ ରାଜ ମାଝୀ ବୟସ ୩୫ ହୋଇଥିବା ବେଳେ ସେ ଗତ କାଲି ସାଙ୍ଗସାଥି ମାନଙ୍କ ସହ  ଯାଇଥିଲେ ଭୋଜି କରିବାକୁ । ପରେ ରାଜ ସନ୍ଧ୍ୟାରେ ଘରକୁ ଫେରିବା ସମୟରେ କାକା ଶତୃଘନ ମାଝୀ କେଉଁ ଆଡେ ଯାଇଥିଲୁ ଏବଂ ଆଜି କାଲି ମୋ କଥାକୁ ତୁ ଖାତିର କରୁନାହଁ ବୋଲି ରାଗିଯାଇ କହିଥିଲେ ରାଜ୍ ଙ୍କ କକା ଶତୃଘନ । ତେବେ ରାଜ ମଧ୍ୟ ରାଗି ଯାଇ କକା ଶତୃଘନକୁ ଗାଳି କରିଥିଲା । ଫଳରେ ଉତ୍ୟକ୍ତ ହୋଇ ଏକ ଦେଶୀ ବନ୍ଧୁକରେ ରାଜ ଉପରକୁ ଗୁଳି ଚଳାଇଥିଲେ ଶତୃଘନ ।ଗୁଳିଟି  ଛାତିରେ ବାଜିବାରୁ ଘଟଣା ସ୍ଥଳରେ ହିଁ ରାଜଙ୍କ ମୃତ୍ୟୁ ହୋଇଥିଲା । ଏନେଇ ମୃତ ରାଜ ମାଝୀଙ୍କ ସ୍ତ୍ରୀ ରଶ୍ମିତା ଥୁଆମୂଳ ରାମପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ଉକ୍ତ ଘଟଣା ସ୍ଥଳରେ ଥୁଆମୁଲ ରାମପୁର ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ କେସ୍ ନଂ ୫୮/୨୦ ,୩୦୨ ଆଇ.ପି.ସି,୨୫/୨୭ ଆର୍ମ୍ ଏକ୍ଟ୍ ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତ ଶତୃଘନ ମାଝୀ ଫେରାର ଥିବା ଜଣାପଡିଛି । ଆଜି ରାଜ ମାଝୀଙ୍କ ଶବ ବ୍ୟବଚ୍ଛେଦ କରି ପୁଲିସ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲେ ।
ରିପୋର୍ଟ – ଭିଷ୍ମ ସାହୁ

Leave A Reply

Your email address will not be published.