କଂଗ୍ରେସ ସମର୍ଥିତ ସରପଞ୍ଚ ଏବଂ ସମିତିସଭ୍ୟାଙ୍କ ପାଇଁ ପ୍ରଚାର କଲେ ବିଧାୟକ ରମେଶ ଚନ୍ଦ୍ର ଜେନା ।

0 1,854

ବ୍ରହ୍ମପୁର, ୧୫/୦୨(ପିପିଟି): ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ କଉଡ଼ିଆ ପଞ୍ଚାୟତରେ ଆଜି ଗଞ୍ଜାମ ଜିଲ୍ଲା ଜାତୀୟ କଂଗ୍ରେସ ସଭାପତି ତଥା ବିଧାୟକ ସାନଖେମୁଣ୍ଡି ରମେଶ ଚନ୍ଦ୍ର ଜେନା ଜୋରଦାର ପ୍ରଚାର କରିଥିବା ଦେଖିବାକୁ ମିଳିଛି । ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜାତୀୟ କଂଗ୍ରେସକୁ ମଜବୁତ୍ କରିବାରେ ଲାଗିଛନ୍ତି ଦଳୀୟ କର୍ମୀ ମାନେ । ଆଜି କଉଡ଼ିଆ ଗ୍ରାମ ପଞ୍ଚାୟତରେ କଂଗ୍ରେସ ସମର୍ଥିତ ସରପଞ୍ଚ ପାର୍ଥୀନି ଜୟନ୍ତୀ ଖୁଣ୍ଟିଆ ଏବଂ ସମିତିସଭ୍ୟା ପାର୍ଥୀନି ଉର୍ମିଳା ନାୟକଙ୍କ ପାଇଁ ଜୋରଦାର ପ୍ରଚାର କରିଛନ୍ତି ଜିଲ୍ଲା ସଭାପତି । ବିଗତ ପାଞ୍ଚ ବର୍ଷରେ ଗ୍ରାମର ଯେଉଁ ସବୁ ବିକାସ ମୁଳକ କାର୍ଯ୍ୟ ହୋଇଛି ତାହା ଉଲ୍ଲେଖ କରିଛନ୍ତି ପୂର୍ବତନ ସରପଞ୍ଚ ଜୟନ୍ତୀ ଖୁଣ୍ଟିଆ । ପାନୀୟ ଜଳ ବ୍ୟବସ୍ଥା , ରାସ୍ତା ଘାଟ , ନାଳ ନର୍ଦ୍ଦମା , ରାସନ୍ କାର୍ଡ , ଇନ୍ଦିରା ଆବାସ ଗୃହ , ହରିଶ୍ଚନ୍ଦ୍ର ଯୋଜନା ଏଭଳି ଅନେକ କାର୍ଯ୍ୟ ସବୁ ସେ କରି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି । ଗ୍ରାମର କୌଣସି ଲୋକ ନିଜର ମୌଳିକ ସୁବିଧାରୁ ବଞ୍ଚିତ ନହେବେ ସେଥିପ୍ରତି ସେ ସବୁବେଳେ ଦୃଷ୍ଟି ଦେଇଥାନ୍ତି । ବିଗତ ପାଞ୍ଚ ବର୍ଷ ମଧ୍ୟରେ କଉଡ଼ିଆ ଗ୍ରାମ ପଞ୍ଚାୟତରେ ଯେଉଁ ସବୁ ଉନ୍ନତି ମୂଳକ କାର୍ଯ୍ୟ ହୋଇଛି ତାହା ଅତି ପ୍ରଶଂସନୀୟ ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି । ଜୟନ୍ତୀ ଖୁଣ୍ଟିଆ ଜଣେ ସାହାସୀ ମହିଳା, ନାରୀ ନେତ୍ରୀ , ସମାଜସେବୀ,ଦକ୍ଷ ଏବଂ ଉଚ୍ଚ ଶିକ୍ଷିତାମହିଳା ହୋଇଥିବାରୁ ଆଗକୁ ମଧ୍ୟ ସେ ହିଁ ସରପଞ୍ଚ ହୋଇ ଗ୍ରାମର ଉନ୍ନତି ମୂଳକ ଦାୟିତ୍ୱ ତୁଲାଇବେ ବୋଲି ଗ୍ରାମବାସୀ ମାନେ କହିଛନ୍ତି । ଏହି କାର୍ଯ୍ୟ ଧାରାକୁ ଆଗକୁ ବଢ଼ାଇବା ପାଇଁ ଆଜି ଗ୍ରାମର ସମସ୍ତ ଗୁରୁଜନ ମାନଙ୍କୁ ଭୋଟ ଭିକ୍ଷା କରିଥିଲେ । ସରପଞ୍ଚ ପାର୍ଥୀନି ଜୟନ୍ତୀ ଖୁଣ୍ଟିଆଙ୍କୁ ଖୋଲା ବହି ଚିହ୍ନ ଏବଂ ସମିତିସଭ୍ୟା ପାର୍ଥୀନି ଉର୍ମିଳା ନାୟକଙ୍କୁ ଷ୍ଟୁଲ ଚିହ୍ନରେ ମୋହର ମାରି ବିଜୟୀ କରାଇବାକୁ ନିବେଦନ କରିଛନ୍ତି ।
(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.