ଭଞ୍ଜନଗର,୦୩/୦୯(ପିପିଟି): ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ ବ୍ଲକ ର ଚଢ଼ିଆପଲ୍ଲୀ ଗ୍ରାମ ପଞ୍ଚାୟତର ଶତାଧିକରୁ ଉର୍ଦ୍ଧ୍ବ ବିଜେପି କର୍ମୀ ଆଜି ଏକ ମିଶ୍ରଣ ପର୍ବରେ କଂଗ୍ରେସରେ ଯୋଗ ଦେଲେ. ଯୋଗ ଦେଇଥିବା କର୍ମୀ ମନେ ହେଲେ ଅଶୋକ କୁମାର ପ୍ରଧାନ, ଖଲିଆ ବେହେରା, ପୂର୍ଣ୍ଣ ବେହେରା, ସନ୍ତୋଷ ବେହେରା, କାଳିଆ ମୂଳି, ଗୁରା ପ୍ରଧାନ, ଟୁକୁନା ପ୍ରଧାନ, ରବି ମହାନ୍ତି, ସନ୍ତୋଷ ମହାନ୍ତି, ରମେଶ ସାମଲ,ବୁବୁନା ସେଠି, ଆଲୋକ ପଟ୍ଟନାୟକ, ସୂଚିତ୍ର ମହାନ୍ତି, ବୁଲୁ ସେଠି, ନଣ୍ଡା ଗନ୍ତାୟତ,ଧୋବା ଗନ୍ତାୟତ, ଧ୍ରୁବସେନ ଗନ୍ତାୟତ, ବାସୁ ଗନ୍ତାୟତ ଓ ଭାସ୍କର ନାୟକ ଓ ଅନ୍ୟାନ ଶତାଧିକ ବିଜେପି କର୍ମୀ । ରାଜ୍ୟରେ ବିଜେଡି ଓ କେନ୍ଦ୍ରରେ ବିଜେପିର ଲୋକମାରଣ ନୀତି ଓ ଦୁର୍ନତି ବିରୋଧ ରେ ଜନତାଙ୍କୁ ଅବଗତ କରାଇ, ଏବେ କେବଳ କଂଗ୍ରେସ ହିଁ ଏକମାତ୍ର ବିକଳ୍ପ ବୋଲି ଲୋକଙ୍କୁ ବୁଝେଇବାରେ ସକ୍ଷମ ହୋଇଛି ଭଞ୍ଜନଗର କଂଗ୍ରେସ କମିଟି ।ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଏକ ଛତ୍ରବାଦୀ ଦୁର୍ନତି ଗ୍ରସ୍ତ ଶାସନ ଓ ବିଜେପି ର ଢିଲା ସଂଗଠନକୁ ଅସ୍ତ୍ର କରି ଆଗାମୀ ଦିନରେ କଂଗ୍ରେସର ଏ ମିଶ୍ରଣ ପର୍ବ ଆହୁରି ତୀବ୍ର ଓ ବ୍ୟାପକ ହେବ ବୋଲି ଗଞ୍ଜାମ ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ପ୍ରଶାନ୍ତ ବିଶୋଇ ଆହ୍ୟୁନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ଦୁଇ ସମ୍ପାଦକ ଜବାହାରଲାଲ ସାହୁ, ନାରାୟଣ ସେଠି, ଜଗନ୍ନାଥ ପ୍ରସାଦ ବ୍ଲକ ସଭାପତି ବିଦ୍ୟାଧର ପ୍ରଧାନ, ମଣ୍ଟୁ ପ୍ରଧାନ, ଲୋକନାଥ ସେଠି ଓ ପିଣ୍ଟୁ ରାଉଳ ଉପସ୍ଥିତ ଥିଲେ ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )
Prev Post