କଂଗ୍ରେସ ପକ୍ଷରୁ ଅଗ୍ନି ବିପନ୍ନଙ୍କୁ ସହାୟତା ପ୍ରଦାନ ।

0 265

ଭଞ୍ଜନଗର,୩୦/୦୫(ପିପିଟି); ଗତ ଶୁକ୍ରବାର ଭଞ୍ଜନଗର ବ୍ଲକ ତୁରୁମୁ ପଞ୍ଚାୟତ କାଠ ଚିରା ଗ୍ରାମ ଆଦିବାସୀ ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟି ୭ଟି ପରିବାର ସର୍ବସ୍ୱାନ୍ତ ହୋଇଯାଇଛି। ସେମାନେ ଦୁଃଖ କଷ୍ଟରେ ଦିନ କାଟୁଥିବା ଖବର ପାଇ ଭଞ୍ଜନଗର କଂଗ୍ରେସ ଦଳ ତରଫରୁ ରବିବାର ସହାୟତା ଯୋଗାଇ ଦିଆଯାଇଛି।ଯୁବ ନେତା ପ୍ରଶାନ୍ତ କୁମାର ବିଷୋୟୀଙ୍କ ନେତୃତ୍ୱରେ ଦଳୀୟ କର୍ମୀ ମାନେ କ୍ଷତିଗ୍ରସ୍ତ ପରିବାରକୁ ଶୁଖିଲା ଖାଦ୍ୟ ବଣ୍ଟନ କରିବା ସହ ସେମାନଙ୍କ ସୁବିଧା ଅସୁବିଧା ବୁଝି ଯଥା ସମ୍ଭବ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ ଏବଂ କରୋନା ସଚେତନତା ସହ ମାସ୍କ ଓ ସାନିଟାଇଜର ପ୍ରଦାନ କରିଥିଲେ। ଏଥିରେ ସୁକାନ୍ତ କୁମାର ଦିଗାଲ, ଜବାହରଲାଲ ସାହୁ, ମଣ୍ଟୁ ପ୍ରଧାନ, ଦୁର୍ଗା ଚରଣ ତ୍ରିପାଠୀ, ବାଲ୍ୟ ବେହେରା, ଦେବ ଗୌଡ଼ ଓ ଅନ୍ୟମାନେ ସାମିଲ ଥିଲେ।

 

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.