କଂଗ୍ରେସର ଶତାଧିକ କର୍ମୀ ବିଜେଡିରେ ଯୋଗ ଦେଲେ ।

0 240

ତିର୍ତ୍ତୋଲ,୦୫/୧୦(ପିପିଟି), ତିର୍ତ୍ତୋଲ ଉପନିର୍ବାଚନ ସମୟ ପାଖେଇ ଆସୁଥିବା ବେଳେ ବିଜେଡ଼ି ଦଳ ସୁଦୃଢ଼ ହେବାରେ ଲାଗିଛି । ଦଳୀୟ ଟିକେଟ୍ ପାଇବାର ଆଶା ହରାଇ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଓଡିଶା ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ରାଜ୍ୟ ଆଵାହକ ଦେବେନ୍ଦ୍ର ମଲ୍ଲିକ ଆଜି ବିଜେଡିରେ ଯୋଗ ଦେଇଛନ୍ତି । ସେହିପରି ତିର୍ତ୍ତୋଲ ବ୍ଲକର ତୁଳଙ୍ଗ ଗ୍ରାମର ପୂର୍ବତନ ଓଡିଶା ପ୍ରଦେଶ କଂଗ୍ରେସ କମିଟି ରାଜ୍ୟ ସଂପାଦକ କୃଷ୍ଣଚନ୍ଦ୍ର ମଲ୍ଲିକ ପ୍ରାୟ ୨୦୦ ସମର୍ଥକଙ୍କ ସହ ଆଜି ଦିନ ୧୨ଟା ସମୟରେ ବିଜେଡି ପାର୍ଟି ଅଫିସ୍, ଭୁବନେଶ୍ୱର ରେ ନବୀନ ପଟ୍ଟନାୟକଙ୍କ ଉପରେ ଆସ୍ଥା ପ୍ରକଟ କରି ବିଜେଡି ଦଳରେ ଯୋଗ ଦେଇଛନ୍ତି । ସେ ମଧ୍ୟ ଗତ କିଛି ଦିନ ତଳେ ରାଜ୍ୟ ସଂପାଦକ ପଦବୀ ତଥା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ଏହି ମିଶ୍ରଣ ପର୍ବରେ ପୂର୍ବତନ ବ୍ଲକ୍ ଚେୟାରମ୍ଯାନ ଅବଦୁଲ୍ ଫୟାଜ୍, ପରାଜିତ କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ନିବେଦିତା ମହାନ୍ତି ମଧ୍ୟ ବିଜେଡି ରେ ଯୋଗ ଦେଇଛନ୍ତି ।ବିଜେଡି ତରଫରୁ ଅତନୁ ସବ୍ୟସାଚୀ ନାୟକ, ଦେବାଶିଷ ସାମନ୍ତରାୟ, ପ୍ରଶାନ୍ତ ମୁଦୁଲି,ପ୍ରଣବ ପ୍ରକାଶ ଦାସ, ଜନ୍ମେଜୟ ଲେଙ୍କା, ରାଜଶ୍ରୀ ମଲ୍ଲିକ ଉପସ୍ଥିତ ରହି ସମସ୍ତଙ୍କୁ ଦଳକୁ ସ୍ବାଗତ କରିଥିଲେ । ତିର୍ତ୍ତୋଲ ବ୍ଲକ ବିଜେଡି ସଭାପତି ଗଙ୍ଗାଧର ବିଶ୍ୱାଳ, ବିଜେଡି ଯୁବ ନେତା ଅରୁଣ ମହାପାତ୍ର ଏହି ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ । (ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।)

Leave A Reply

Your email address will not be published.