ତିର୍ତ୍ତୋଲ,୦୮/୦୫(ପିପିଟି); ତିର୍ତ୍ତୋଲ ବ୍ଲକ୍ ର ପୂର୍ଵତନ ଚେୟାରମ୍ଯାନ ସ୍ଵର୍ଗତ ହରିଶଙ୍କର ଦାସଙ୍କ ସୁପୁତ୍ର ତଥା କନକପୁର ବଜାରର ପ୍ରତିଷ୍ଠିତ ଦାସ ମେଡିସିନ ଷ୍ଟୋରର ମାଲିକ ବିପିନ ଵିହାରୀ ଦାସ ୫୬ଵର୍ଷ ବୟସରେ ଆଜି ସକାଳ ୯ଟା୫୫ମିନିଟ ରେ କରୋନା ଜନିତ ମୃତ୍ୟୁବରଣ କରିଛନ୍ତି । କରୋନାରେ ଆକ୍ରାନ୍ତ ହୋଇ କଟକ ସହରର ଖାନନଗର ଅଞ୍ଚଳର ସାଉଥ୍ ପଏଣ୍ଟ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେ କନକପୁର ଗ୍ରାମପଞ୍ଚାୟତର କଣ୍ଟାପଡ଼ା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ଅତ୍ୟନ୍ତ ପରୋପକାରୀ ସୁନାମଧନ୍ୟ ବ୍ୟକ୍ତି ଥିଲେ । ତାଙ୍କ ମୃତ୍ୟୁରେ ସମଗ୍ର ତିର୍ତ୍ତୋଲ ଅଞ୍ଚଳରେ ଶୋକର ବାତାବରଣ ଖେଳିଯାଇଛି । ତାଙ୍କର ବଡ଼ ଝିଅର ବୟସ ୧୫ ବର୍ଷ ଓ ସାନ ପୁଅର ବୟସ ୧୨ ବର୍ଷ । ତାଙ୍କ ମରଶରୀରକୁ କୋଭିଡ ନିୟମାନୁସାରେ କଟକସ୍ଥିତ ସତୀଚଉରା ଠାରେ ଶବଦାହ କରାଯାଇଥିବା ଜଣାପଡ଼ିଛି ।
( ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।)