ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜ ବନ୍ଥପଲ୍ଲୀ ଅଞ୍ଚଳ ପରିଷଦର କର୍ମକର୍ତ୍ତା ଚୟନ ।

0 263

ଭଞ୍ଜନଗର,୦୯/୦୭(ପିପିଟି): ଆଜି ଭଞ୍ଜନଗର ନିଖିଳ ଉତ୍କଳ ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜ ସଭାଗୃହ ଠାରେ ବନ୍ଥପଲ୍ଲୀ ଅଞ୍ଚଳ ପରିଷଦର ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ପରିଷଦ ସମ୍ପାଦକ ସନ୍ତୋଷ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନିର୍ବାଚନ ବୈଠକରେ ରବୀନ୍ଦ୍ର ନାଥ ବିଷୋୟୀ ପାତ୍ର ଭାବେ ଯୋଗ ଦେଇଥିବାବେଳେ ଦିଗମ୍ବର ଜେନା ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ସମାଜର ବନ୍ଥପଲ୍ଲୀ ଅଞ୍ଚଳ ପରିଷଦ ପାଇଁ ସଭାପତି ଭାବେ ସୀତାରାମ ଜେନା, ଉପସଭାପତି ଭାବେ ସୋମନାଥ ନନ୍ଦ, ସମ୍ପାଦକ ଭାବେ ରାଜ୍ କୁମାର ବିଷୋୟୀ, ସଂଗଠନ ସମ୍ପାଦକ ଭାବେ ସୁରେନ୍ଦ୍ର କୂମାର ଜେନା, ସଂଗଠକ ଭାବେ କାଳୀ ଚରଣ ନାୟକ ଏବଂ କୋଷାଧ୍ୟକ୍ଷ ଭାବେ ସୂର୍ଯ୍ୟନାରାୟଣ ବିଷୋୟୀଙ୍କୁ ନିର୍ବାଚିତ କରାଯାଇଥିଲା । ଏହି ବୈଠକରେ ବନ୍ଥପଲ୍ଲୀ ଅଞ୍ଚଳ ପରିଷଦର ଛଅ ଗୋଟି ମଣ୍ଡଳ କମିଟି ଅଂଶଗ୍ରହଣ କରିଥିଲେ । ପରିଶେଷରେ କୋଷାଧ୍ୟକ୍ଷ ସୂର୍ଯ୍ୟନାରାୟଣ ବିଷୋୟୀ ଧନ୍ୟବାଦ ଜ୍ଞାପନ କରିଥିଲେ ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.