ଓଡିଶା ସାହିତ୍ୟ ଏକାଡେମୀର ମାଲକାନଗିରି ଶାଖା ନାଁରେ ସାର୍ଟିଫିକେଟ ବଣ୍ଟନ ।

0 243

ମାଲକାନଗିରି,୨୩/୦୮(ପିପିଟି): ଓଡିଶା ସାହିତ୍ୟ ଏକାଡେମୀ ନାଁରେ ଜାଲ୍ ସାର୍ଟିଫିକେଟ ଭାଇରାଲ ହେଉଛି । ମାଲକାନଗିରି ଶାଖା ନାଁରେ ଭାଇରାଲ ହେଉଛି ସାର୍ଟିଫିକେଟ । ଏହା ଏବେ ମୋବାଇଲରୁ ମୋବାଇଲକୁ ଘୁରିବୁଲିଛି। ସାର୍ଟିଫିକେଟରେ ଯୁବ ସାମ୍ବାଦିକ ଧୀରେନ କୁମାର ମଲ୍ଲିକଙ୍କ ନାମ ରହିଥିବା ବେଳେ ସାର୍ଟିଫିକେଟରେ ମାଲକାନଗିରି ଶାଖା ଲେଖା ରହିଛି । ଏହା ସହ ମାଲକାନଗିରିର ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟଙ୍କ ମୋବାଇଲ ନମ୍ବର ରହିଛି । ଖାଲି ସେତିକି ନୁହେଁ, ଜିଲ୍ଲା ସାଧାରଣ ପରିଷଦ ସଦସ୍ୟ କିଶୋର ଚନ୍ଦ୍ର ପ୍ରଧାନଙ୍କ ଦସ୍ତଖତ ରହିଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟଙ୍କ ଦସ୍ତଖତ ରହିଛି । ଯାହା ଏବେ ବେଶ ଭାଇରାଲ ହେବାରେ ଲାଗିଛି । ହେଲେ ଏଠାରେ ପ୍ରଶ୍ନ ଉଠୁଛି କଣ ଓଡିଶା ସାହିତ୍ୟ ଏକାଡେମୀ ଭୁବନେଶ୍ବର ଦ୍ବାରା ସ୍ବତନ୍ତ୍ର ଭାବରେ କଣ ମାଲକାନଗିରିରେ ଜିଲ୍ଲାରେ ଏକ ଶାଖା ଖୋଲିଛନ୍ତି କି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ? ପ୍ରକାଶ ଥାଉ କି,ଗତ ଅଗଷ୍ଟ ୧୫ ତାରିଖ ଦିନ ସ୍ବାଧୀନତା
ର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରତ୍ଯେକ ଜିଲ୍ଲାରେ ଓଡିଶା ସାହିତ୍ଯ ଏକାଡେମୀ ଆନୁକୂଲ୍ଯରେ ଦେଶାତ୍ମବୋଧକ କବିତା ଆସର କରିବା ଲାଗି ଜିଲ୍ଲାଥିବା ଜିଲ୍ଲା ସଂସ୍କୃତି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆ ଯାଇଥିବା ବେଳେ ତତ୍ ସହିତ ଜିଲ୍ଲାରେ ଥିବା ଓଡିଶା ସାଗିତ୍ଯ ଏକାଡେମୀର ଜିଲ୍ଲା ସଦସ୍ଯ ମଧ୍ଯ ଏହି କବିତା ଆସରରେ ସହଯୋଗ କରିବେ । ତେବେ ଅନ୍ଯାନ୍ଯ ଜିଲ୍ଲାରେ କବିତା ଆସର ଲାଗି ନିମନ୍ତ୍ରଣ ପତ୍ର ଛପାଯାଇ କବିତା ଆସର ପୂର୍ବରୁ ସଂପୃକ୍ତ କବି ଓ କବୟିତ୍ରୀମାନଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଥିବା ବେଳେ
ମାଲକାନଗିରି ସଂସ୍କୃତି କାର୍ଯ୍ୟାଳୟ ତରଫରୁ ପ୍ରଦାନ କରାଯାଇନଥିବା ଅଭିଯୋଗ ହୋଇଛି । ତେବେ କିଛି କବି ଓ କବିୟିତ୍ରୀଙ୍କୁ ଜୟପୁର, ପଟାଙ୍ଗି ତଥା ସେମିଳୁଗୁଡାରୁ ମୋବାଇଲ ମାଧ୍ଯମରେ ଡକାଯାଇଥିଲା । ସେମାନେ ମାଲକାନଗିରି ସଂସ୍କୃତି ଭବନରେ ଯୋଗ ଦେଇ କବିତା ପାଠ କରିଥିଲେ ଏବଂ ତାଙ୍କୁ ମଧ୍ଯ
ଓଡିଶା ସାହିତ୍ଯ ଏକାଡେମୀ ମାଲକାନଗିରି ଶାଖାର ମାନପତ୍ର ପ୍ରଦାନ କରାଯାଇଥିଲା । ତେବେ ମାଲକାନଗିରି ସହରରେ ପ୍ରତିଷ୍ଠିତ କବିମାନେ ରହିଥିଲେ ମଧ୍ଯ ଜାଣିଶୁଣି ସେମାନଙ୍କୁ ଉପେକ୍ଷା କରାଯାଇଥିଲା । ଯେଉଁମାନେ ଦିନେ କବିତା ଲେଖି ନାହାଁନ୍ତି ବା ଅସମର୍ଥ ସେମାନଙ୍କୁ ମୋବାଇଲରେ ଯୋଗାଯୋଗ କରି ଉକ୍ତ କବିତା ଆସରକୁ ଡକାଯାଇଥିଲା,ଯେଉଁ ପ୍ରତିଷ୍ଠତ କବିମାନେ ମାଲକାନଗିରି ଜିଲ୍ଲାରେ ଦୀର୍ଘ ଦିନ ହେଲା ସାହିତ୍ଯ ସାଧନ କରି ମାଲକାନଗିରି ମାଟିକୁ ଗୌରାନ୍ମିତ କରିଛନ୍ତି, କାହିଁକି ସେମାନଙ୍କୁ ଡକା ନଯାଇ ଜିଲ୍ଲା ବାହାରୁ କବିମାନଙ୍କୁ ଡକାଯାଇ ଜାଲ୍ ମାନପତ୍ର ପ୍ରଦାନ କରାଗଲା
ସାଧାରଣରେ ପ୍ରଶ୍ନବାଚୀ ଉଦ୍ରେକ ହୋଇଛି ? ତେବେ କୋରାରୁଟ ଜିଲ୍ଲାରେ ଅଗଷ୍ଟ ୧୫ ତାରିଖରେ କବିତା ଆସର ହୋଇଥିଲା ବେଳେ କାହିଁକି ବାହାର ଜିଲ୍ଲାରୁ କବିମାନଙ୍କୁ ମାଲକାନଗିରି ଜିଲ୍ଲାକୁ ଆମନ୍ତ୍ରଣ କରାଯାଇଥିଲା ? ଏହାର ଗୂଢ ରହସ୍ଯ କଣ ହୋଇପାରେ ?କିଛି ବ୍ଯକ୍ତିଗତ ସ୍ବାର୍ଥ ରହିଥିଲା କି ?ମାଲକାନଗିରି ଜିଲ୍ଲାରେ କଣ କବି/କବୟିତ୍ରୀଙ୍କ ଅଭାବ ଥିଲା କି ?
ଅନ୍ଯପକ୍ଷରେ ଓଡିଶା ସାହିତ୍ଯ ଏକାଡେମୀ,ଭୁବନେଶ୍ବର ଦ୍ବାରା ନିର୍ଦ୍ଦେଶ ରହିଥିଲା ଯେ କେବଳ ଦେଶାତ୍ମବୋଧ କବିତା ପାଠ କରିବା ପାଇଁ କିନ୍ତୁ ସେହି ଦିନ
କବିତା ଆସରେ ଅଧିକାଂଶ କବି ଆଜେବାଜେ କବିତା ପାଠ କରିଥିଲେ,ଯାହାକି ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ କରିତା ଆସରର ଲକ୍ଷ୍ଯକୁ ଅଲମାନା କରାଯାଇଛି ?
ଯାହାକି ଓଡିଶା ସାହିତ୍ଯ ଏକାଡେମୀ,ଭୁବନେଶ୍ବରର ଦ୍ବାରା ତଦନ୍ତ କଲେ ଜଣା ପଡିବ । କେଉଁ କବି କେଉଁ କବିତା ପାଠ କରିଥିଲେ ଏବଂ ତା ବଦଳରେ ତାଙ୍କୁ କେତେ ଅର୍ଥରାଶି ପ୍ରାପ୍ତ ହୋଇଥିଲା ।
ଏହା ବ୍ଯତୀତ ଓଡିଶା ସାହିତ୍ୟ ଏକାଡେମୀରେ ଜିଲ୍ଲା ଶାଖା ନାଁରେ ସାର୍ଟିଫିକେଟ ଦେବା ପାଇଁ ନିଷ୍ପତ୍ତି କିଏ କରିଥିଲା ? ସାର୍ଟିଫେକେଟ ଛାପି ଉପସ୍ଥତ ସମସ୍ତ କବି,କବିୟିତ୍ରୀ ଦେବା ପାଇଁ କାହାର ନିର୍ଦ୍ଦେଶ ରହିଥିଲା ? ଯଦି ନାହିଁ ତାହା ହେଲେ କେଉଁ ପ୍ରଶାସନିକ କ୍ଷମତା ବଳରେ ଉକ୍ତ କବିତା ଆସରରେ ସାର୍ଟିଫିକେଟ ବାଣ୍ଟିଥିଲେ ଓଡିଶା ସାହିତ୍ୟ ଏକାଡେମୀର ମାଲକାନଗିରି ଜିଲ୍ଲା ସାଧାରଣ ପରିଷଦ ସଦସ୍ୟ କିଶୋର ଚନ୍ଦ୍ର ପ୍ରଧାନ ଏବଂ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ତଥା ଜିଲ୍ଲା ସଂସ୍କୃତି ଅଧିକାରୀ ଜ୍ଯୋତ୍ସ୍ନମୟୀ ଆଚାର୍ଯ୍ଯ ?
କାହା ଇସାରାରେ ଚାଲିଛି ଏହି କାରବାର ? କଣ ଏଥି ପାଇଁ ଟଙ୍କା କାରବାର ହୋଇନି ତ ? ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ସ୍ଵାକ୍ଷର ଥିବା କଥା ମାଲକାନଗିରି ଜିଲ୍ଲାପାଳ ଅବଗତ ଅଛନ୍ତି କି ନାହିଁ ? ଏ ବିଷୟରେ ଓଡିଶା ସାହିତ୍ୟ ଏକାଡେମୀ ସଭାପତି ବା ସଚିବ ଜାଣିଛନ୍ତି ନା ନାହିଁ ? ଏ କାରବାର ଭିତରେ ଯେଉଁ କଳଙ୍କଧାରୀ ଅଧିକାରୀ ଓ ସଦସ୍ୟ ମାନେ ଅଛନ୍ତି, ତାଙ୍କ ଉପରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାହା ଦେଖିବାକୁ ବାକି ରହିଲା ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.