ଓଡିଶା ସାହିତ୍ଯ ଏକାଡେମୀ ପକ୍ଷରୁ ମହେନ୍ଦ୍ର କୁମାର ଆଚାର୍ଯ୍ଯଙ୍କୁ ସମ୍ବର୍ଦ୍ଧିତ।

0 320

ତିର୍ତ୍ତୋଲ,୦୮/୦୫(ପିପିଟି);ତିର୍ତ୍ତୋଲ ଥାନା ଅନ୍ତର୍ଗତ ପଟିଲୋ ଗ୍ରାମପଞ୍ଚାୟତର କୋତିଆଁ ଗ୍ରାମରେ ଜନ୍ମିତ ଓଡିଶା ସାରସ୍ବତ ଜଗତର ବର୍ଷୀୟାନ ସାହିତ୍ୟିକ, ବିଶିଷ୍ଟ ସଂସ୍କୃତି ଗବେଷକ ତଥା ଝଙ୍କଡ଼ ସାହିତ୍ୟ ସଂସଦର ସଭାପତି ମହେନ୍ଦ୍ର କୁମାର ଆଚାର୍ଯ୍ୟଙ୍କୁ ସାରସ୍ବତ ସମ୍ବର୍ଦ୍ଧିତ ପ୍ରତିଭା ରୂପେ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ସମ୍ମାନ ୨୦୨୧ ମସିହା ପ୍ରଦାନ କରାଯାଇଛି । ଆଜି ପୂର୍ବାହ୍ଘ ୧୦ ଘଟିକା ସମୟରେ ଭୁବନେଶ୍ୱର ସ୍ଥିତ ରବିନ୍ଦ୍ର ମଣ୍ଡପ ଠାରେ ଆୟୋଜିତ ଏକ ସ୍ଵତନ୍ତ୍ର ସାରସ୍ଵତ ଉତ୍ସବରେ ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ହୃଷିକେଶ ମଲ୍ଲିକ ଓ ସଚିବ ପ୍ରବୋଧ କୁମାର ରାଉତଙ୍କ ଦ୍ଵାରା ଶ୍ରୀ ଆଚାର୍ଯ୍ୟ ସମ୍ବର୍ଦ୍ଧିତ ହୋଇଛନ୍ତି । ଶ୍ରୀ ଆଚାର୍ଯ୍ୟ ଏହି ଅଞ୍ଚଳକୁ ଗୌରବାନ୍ଵିତ କରିଥିବାରୁ ଏହି ଅଞ୍ଚଳବାସୀ ତଥା ଝଙ୍କଡ଼ ସାହିତ୍ୟ ସଂସଦ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା, ସଭ୍ୟ ସଭ୍ୟା ଶ୍ରୀ ଆଚାର୍ଯ୍ୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।)

Leave A Reply

Your email address will not be published.