ଓଡିଶା ମୋଟର ଚାଳକ ସଂଘ ତରଫରୁ ଚାଳକ ଦିବସ ।

0 303

ବାଲିଗୁଡା,୧୭/୦୯(ପିପିଟି): ସେପ୍ଟେମ୍ବର ୧୭ ତାରିଖ କୁ ଓଡିଶା ମୋଟର ଚାଳକ ସଂଘ ଚାଳକ ଦିବସ ଭାବେ ସାରା ରାଜ୍ୟର ବିଭିନ୍ନ ଶାଖାରେ ପାଳନ କରୁଛି । ଏହି ପରିପ୍ରେକ୍ଷୀରେ ଆଜି ପବିତ୍ର ବିଶ୍ୱକର୍ମା ପୂଜା ଅବସରରେ ଓଡ଼ିଶା ମୋଟର ଚାଳକ ସଂଘ ତୁମୁଡିବନ୍ଧ ଶାଖା ଦ୍ଵାରା ଶନିବାର ଦିନ ଚାଳକ ଦିବସ ପାଳନ ହୋଇଯାଇଛି । ସଭାପତି ପ୍ରଶାନ୍ତ ପଟ୍ଟନାୟକଙ୍କ ନେତୃତ୍ୱରେ ତୁମୁଡିବନ୍ଧ ଅଞ୍ଚଳର ସମସ୍ତ ଚାଳକ ଏକାଠି ହୋଇ ବିଶ୍ୱକର୍ମା ପୂଜା ମଣ୍ଡପ ଠାରୁ ବାହାରି ବସଷ୍ଟାଣ୍ଡ ପର୍ଯ୍ୟନ୍ତ ବିଭିନ୍ନ ସଚେତନତା ମୂଳକ ସ୍ଲୋଗାନ ଦେଇ ଏକ ପଦଯାତ୍ରା କରିଥିଲେ । ଏବଂ ମୁଖ୍ୟ ବଜାର ଛକରେ ବିଗତ ଦିନରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସାଥି ଚାଳକଙ୍କ ଫୋଟଚିତ୍ର ରେ ପୁଷ୍ପ ମାଲ୍ୟାର୍ପଣ କରି ତାଙ୍କ ଆତ୍ମାର ସଦଗତି ନିମନ୍ତେ ଏକ ନିରବ ପ୍ରାର୍ଥନା କରିବା ସହ ସଂଘର ସଭାପତି ପ୍ରଶାନ୍ତ ପଟନାୟକ ଏବଂ ତୁମୁଡିବନ୍ଧ ଅଞ୍ଚଳର ବରିଷ୍ଠ ମୋଟର ଚାଳକ ସନ୍ତୋଷ ଚାନ୍ଦଙ୍କୁ ଉତ୍ତରିୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାୟ ଶତାଧିକ ମୋଟର ଚାଳକ ଉପସ୍ଥିତ ରହିଥିଲେ ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.