ଓଡିଶା ପଞ୍ଚାୟତ ନିର୍ବାଚନରେ ୩୬ ହଜାର ୯୭୬ ୱାର୍ଡ ସଭ୍ଯ,ସରପଞ୍ଚ ଓ ସମିତି ସଭ୍ଯ ନିଦ୍ବନ୍ଦରେ ନିର୍ବାଚିତ।

0 534

ଭୁବନେଶ୍ବର: ଓଡ଼ିଶାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି। ଆସନ୍ତା ଫେବ୍ରୁଆରୀ ୧୬ ତାରିଖ ଠାରୁ ୫ଟି ପର୍ଯ୍ୟାୟରେ ମତଦାନ ହେବ। ଏଥି ପାଇଁ ରାଜ୍ୟବ୍ୟାପୀ ନାମାଙ୍କନ ପତ୍ର ଦାଖଲ ହୋଇସାରିବା ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ତେବେ ମତଦାନ ପୂର୍ବରୁ ୩୬ ହଜାର ୯୭୬ ଜଣ ୱାର୍ଡ ମେମ୍ବର, ସରପଞ୍ଚ, ପଞ୍ଚାୟତ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ସ୍ଥାନୀୟ ମତଦାତାଙ୍କ ଦ୍ବାରା ନିଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ଏଥିରେ ୩୬ ହଜାର ୫୨୩ ଜଣ ୱାର୍ଡମେମ୍ବର, ୧୨୬ ଜଣ ସରପଞ୍ଚ, ୩୨୬ ଜଣ ପଞ୍ଚାୟତ ସମିତି ସଭ୍ୟ ଓ ଜଣେ ଜିଲ୍ଲା ପରିଷଦ ସଭ୍ୟ ଅଛନ୍ତି। ରାଜ୍ୟ ନିର୍ବାଚନ କମିସନଙ୍କ ସଚିବ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।ନିର୍ବାଚନ କମିସନ୍‌ଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ବରଗଡ଼ ଜିଲ୍ଲା ଅମ୍ବାଭନା ଜୋନ୍‌-୨ରୁ ବିଜେଡି ପ୍ରାର୍ଥୀ କଳ୍ପନା ପ୍ରଧାନ ନିଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ଜଗତସିଂହପୁର ଜିଲ୍ଲା ଢିଙ୍କିଆ ପଞ୍ଚାୟତରେ ସରପଞ୍ଚ ଓ ୨୩ଟି ୱାର୍ଡ ମେମ୍ବର ପାଇଁ ୨୦୨୩ରେ ନିର୍ବାଚନ ହେବ।

Leave A Reply

Your email address will not be published.