ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ପୋଲସରା ଠାରେ ଧର୍ମଘଟ।

0 379

ପୋଲସରା,୧୫/୦୩(ପିପିଟି)): ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ୧୦ ଦଫା ଦାବି ନେଇ ସମଗ୍ର ଓଡିଶାରେ ଧର୍ମଘଟ ଆରମ୍ଭ ହୋଇଛି। ପୋଲସରା ଠାରେ ମଧ୍ଯ ଡ୍ରାଇଭର ମାନେ ଧର୍ମଘଟରେ ସାମିଲ ହୋଇଛନ୍ତି। ସେମାନଙ୍କ ଦାବି ହେଲା ଡ୍ରାଇଭର ମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା, ଡ୍ରାଇଭର ମାନଙ୍କ ସାମାଜିକ ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ, ୫୦ବର୍ଷ ପରେ ମାସିକ ୫ହଜାର ଟଙ୍କାର ପେନସନ, ପ୍ରତ୍ଯେକ ୧୦୦ କିମି ବ୍ଯବଧାନରେ ଗାଡି ପାର୍କିଙ୍ଗ ଓ ବିଶ୍ରାମାଗାର ନିର୍ମାଣ,ଦୁର୍ଘଟଣାଗ୍ରସ୍ତ ହୋଇ ପ୍ରାଣ ହରାଲେ ୨୦ଲକ୍ଷ ଟଙ୍କାର ବୀମାରାଶି ଏବଂ ଅକର୍ମଣ୍ଯ ହେଲେ ୧୦ଲକ୍ଷ ଟଙ୍କାର ବୀମାରଶି ଏବଂ ଆହାତଙ୍କ ଚିକିତ୍ସା ପାଇଁ ୫ଲକ୍ଷ ଟଙ୍କାର ବୀମା ଯୋଗାଇ ଦେବା,ଡ୍ରାଇଭର ମାନଙ୍କ ନିର୍ଦ୍ଧାରିତ ମୂଲ୍ଯାଙ୍କନ ଓ ଗଡି ଚଳାଇବା ପାଇଁ ସମୟ ସୀମା ଧାର୍ଯ୍ଯ, ଡ୍ରାଇଭର ମାନଙ୍କ ପିଲାମାନଙ୍କ ଉଚ୍ଚ ଶିକ୍ଷାର ବ୍ଯବସ୍ଥା,ଯାଞ୍ଚ ଆଳରେ ରାସ୍ତା ଉପରେ ହଇରାଣ କରାନଯାଉ, ଡ୍ରାଇଭିଙ୍ଗ ଲାଇସେନ୍ସ ଫି କମ କରାଯାଉ। ପ୍ରମୁଖ ଦାବି ନେଇ ପୋଲସରା ଠାରେ ଧର୍ମଘଟ ଅନୁଷ୍ଠିତ ହୋଇଛି। ପୋଲସରା ଶାଖାର ସଭାପତି ନାରାୟଣ ଗୌଡ,ଉପସଭାପତି ବିକାଶ ପ୍ରଧାନ,ସଂପାଦକ ସନ୍ତୋଷ ବେହେରା, ସହ ସମ୍ପାଦକ ଗୋଲକ ବିହାରୀ ଜେନା, କୋଷାଧ୍ୟକ୍ଷ ମୁନା ପ୍ରଧାନ ପ୍ରମୁଖ ନେତୃତ୍ବରେ ଧର୍ମଘଟ ହୋଇଛି।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା। )

Leave A Reply

Your email address will not be published.