ଉଲୁଣ୍ଡା, ୧୮/୧୦(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ପାତାଳୀ ଶ୍ରୀକ୍ଷେତ୍ର, କୋଟସମଲାଇ ଠାରେ ଓଡିଶା ଜୀବିକା ମିଶନ ଆନୁକୂଲ୍ୟରେ ଏକ ସମନ୍ମୟ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ଉତ୍କଳ ଗ୍ରାମୀଣ ବ୍ୟାଙ୍କ, କୋଟସମଲାଇ ଶାଖାର ଶାଖା ପରିଚାଳକ ସୁନୀଲ ବେହେରା,ସ୍ଥାନୀୟ ସରପଞ୍ଚ ସତ୍ୟାନନ୍ଦ ମେଂଡ଼ିଲି,ବ୍ୟାଙ୍କ କ୍ୟାସିୟର ପ୍ରଫୁଲ୍ଲ ମହନନ୍ଦ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ୧୫ ଗୋଟି ସ୍ୱୟଂ ସହାୟିକା ଗୋଷ୍ଠୀକୁ ୨୦ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଥିଲା । ସେହିଭଳି ପଂଚାୟତ ସ୍ତରୀୟ ମହାସଂଘ ତରଫରୁ ୧୦ ଜଣ ହିତାଧିକାରୀଙ୍କୁ ୪ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବିପିଏମ ରଞ୍ଜନ କୁମାର ସ୍ୱାଇଁ ପରିଚାଳନା କରିଥିଲେ ।ବ୍ୟାଙ୍କ ମିତ୍ର ସଙ୍ଗୀତା ପାତ୍ର,ଏମବିକେ ପୁଷ୍ପାଞ୍ଜଳି ବାରିକ,ମାନିନୀ ବେହେରାମାଲି ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
(ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ ।)