ଯାଜପୁର,୨୮/୦୬(ପିପିଟି) : ରାଜ୍ୟ ବିଜେଡି ର ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ୪୯ତମ ଜନ୍ମଦିନ ଅବସରରେ ଓଡିଶା ଇଂଜିନିୟର ସର୍ବିସ ଅସୋସିୟନ ସଭାପତି ତଥା କଟକ ସର୍କଲର ପୂର୍ତ୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀ ତାରାପ୍ରସାଦ ମିଶ୍ର ସୁବେଛା ଜଣାଇଛନ୍ତି । ବିଧାୟକ ପ୍ରଣବ ପ୍ରଚେଷ୍ଟା ଓ ଦୃଢ଼ ଇଛା ଶକ୍ତି ପାଇଁ ଯାଜପୁର ବିକାଶ ହୋଇପାରିଛି । ରାଜନୈତିକ ଇଛାଶକ୍ତି ଓ ବିଭାଗୀୟ ଦୃଢ ମନ ବଳ ପାଇଁ ଉନ୍ନୟନମୂଳକ କାର୍ଯ୍ୟ ସମ୍ଭବ ହୋଇପାରିବ ବୋଲି କହିଛନ୍ତି ତାରାପ୍ରସାଦ ମିଶ୍ର ।