ଓଡିଶା ଆଗମନର ଶତବାର୍ଷିକୀରେ ଗାନ୍ଧିଜୀଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ ।

0 562

ଯାଜପୁର,୨୩/୦୩ (ପିପିଟି); ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ଓଡିଶା ଆଗମନର ଶତବାର୍ଷିକୀ ପାଳନ ଅବସରରେ ଯାଜପୁର ଜିଲ୍ଲା ପ୍ରଶାସନ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଚ୍ଥି । ୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖରେ ମହାତ୍ମା ଗାନ୍ଧୀ ପ୍ରଥମ ଥର ପାଇଁ ଓଡିଶା ମାଟିରେ ପାଦ ଦେଇଥିଲେ । ସେହି ଦିବସର ସ୍ମୃତି ଚାରଣ ମାର୍ଚ୍ଚ ୨୩ ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ତଥା ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସେଠୀ, ଆଇନଜିବୀ ରାଜୀବ ମହାପାତ୍ର, ସମାଜସେବୀ ନିଶିଥ ଦାସ, ଯାଜପୁର ପୌର ପରିଷଦର ସ୍ୱତନ୍ତ୍ର ଅଧିକାରୀ ସୁଦର୍ଶନ ମିଶ୍ର ଓ ପତଞ୍ଜଳି ଯୋଗ ସମିତିର ସଦସ୍ୟ ମାନେ ଗାନ୍ଧୀ ଚ୍ଥକ ସ୍ଥିତ ଗାନ୍ଧିଜୀ, ଗୈାତମ ବୁଦ୍ଧ ସଂସ୍କୃତି ଭବନ ଓ ଜିଲ୍ଲା ସ୍କୁଲ ଠାରେ ଥିବା ଗାନ୍ଧିଜୀ ଓ ଅନ୍ୟାନ୍ୟ ବରପୁତ୍ର ମାନଙ୍କ ପ୍ରତିର୍ମୂିରେ ମାଲ୍ୟାର୍ପଣ କରିଥିଲେ । ଗାନ୍ଧିଜୀ ଓଡିଶାକୁ ଭଲ ପାଉଥିଲେ । ସେଥିପାଇଁ ବହୁବାର ଓଡିଶା ଆସିଥିବା ବେଳେ ୧୯୩୪ ମସିହା ମଇ ୨୧ ରେ ମଧ୍ୟ ବୈରୀ ଷ୍ଟେସନରେ ଓହ୍ଲାଇ ଯାଜପୁରର ଏକାଧିକ ସ୍ଥାନରେ ବୈଠକ ଓ ରାତ୍ର ଯାପନ କରିଥିଲେ । ତେଣୁ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇ ଆମେ ଗର୍ବିତ ବୋଲି ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଥିଲେ । ପତଞ୍ଜଳି ଯୋଗ ସମିତି ପକ୍ଷରୁ ଯୋଗ ଗୁରୁ ମନ୍ମଥ ସାମଲ, ସୁବାଷ ତ୍ରିପାଠୀ, ପରମାନନ୍ଦ ତ୍ରିପାଠୀ, ଦୀଲିପ କୁମାର ସ୍ୱାଇଁ, ଅକ୍ଷୟ କୁମାର ଦାସ, ସତ୍ୟବ୍ରତ ମହାନ୍ତି, ଦେବେନ୍ଦ୍ର ସେଠୀ, ରବିନ୍ଦ୍ର ମହାରଣା, ଶ୍ରୀନିବାସ ସାହୁ, ସୁଶାନ୍ତ ଗୋଚ୍ଚ୍ଥାୟତ ପ୍ରମୁଖ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

Leave A Reply

Your email address will not be published.