ଓଡିଶାରେ ସଂକ୍ରାମିତ ସଂଖ୍ୟା ୧,୧୬,୬୭୮,ସୁସ୍ଥ ସଂଖ୍ୟା ୮୭,୩୫୧ ଓ ମୃତ ସଂଖ୍ୟା ୫୩୧ ।

0 1,174

ଭୁବନେଶ୍ଵର,ତା-୦୪/୦୯(ପିପିଟି); ଖୋର୍ଦ୍ଧା ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୧୯,୭୪୦ ମଧ୍ୟରୁ ୧୨,୪୫୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭୨ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୧୦ ହୋଇଛି । ଦ୍ୱିତୀୟ ସ୍ଥାନରେ ଗଞ୍ଜାମ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୧୮,୪୪୨ ମଧ୍ୟରୁ ୧୭,୧୬୨ ଜଣ ସୁସ୍ଥ ,୧୯୯ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୦୮ ହୋଇଛି । ନୂତନ ଆକ୍ରାନ୍ତ ୩,୨୬୭ ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୬,୬୭୮ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୧୯,୯୭,୩୪୫ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ  କରୋନା ପଜିଟିଭ ୧,୧୬,୬୭୮ ଚିହ୍ନଟ ହୋଇଛନ୍ତି ୮୭,୩୫୧ ଜଣ ସୁସ୍ଥ ହୋଇଥିବା ବେଳେ ୨୮,୭୪୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୫୩୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୩,୨୬୭ ଜଣଙ୍କ ମଧ୍ୟରୁ ୧,୯୬୧ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୧,୩୦୬ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Leave A Reply

Your email address will not be published.