ଓଡିଶାରେ ସଂକ୍ରାମିତ ସଂଖ୍ୟା ୧,୩୫,୧୩୦,ସୁସ୍ଥ ସଂଖ୍ୟା ୧,୦୨,୧୮୫ ଓ ମୃତ ସଂଖ୍ୟା ୫୮୦ ।

0 1,579

ଭୁବନେଶ୍ଵର,ତା-୦୯/୦୯(ପିପିଟି); ଖୋର୍ଦ୍ଧା ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୨୩,୩୩୩ ମଧ୍ୟରୁ ୧୬,୦୯୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୦ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୧୦ ହୋଇଛି । ଦ୍ୱିତୀୟ ସ୍ଥାନରେ ଗଞ୍ଜାମ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୧୮,୮୮୩ ମଧ୍ୟରୁ ୧୭,୯୩୩ ଜଣ ସୁସ୍ଥ ,୨୧୩ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୦୮ ହୋଇଛି । ନୂତନ ଆକ୍ରାନ୍ତ ୩,୭୪୮ ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୩୧,୩୮୨ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୨୨,୨୬,୪୩୬ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ  କରୋନା ପଜିଟିଭ ୧,୩୫,୧୩୦ ଚିହ୍ନଟ ହୋଇଛନ୍ତି ୧,୦୨,୧୮୫ ଜଣ ସୁସ୍ଥ ହୋଇଥିବା ବେଳେ ୩୨,୩୧୨ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୫୮୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୩,୭୪୮ ଜଣଙ୍କ ମଧ୍ୟରୁ ୨,୨୧୦ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୧,୫୩୮ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Leave A Reply

Your email address will not be published.