ବୋଲଗଡ଼,୨୪/୦୪(ପିପିଟି),ଦୈନିକ ଖବରକାଗଜ ଓଡିଶା ଭାସ୍କରର ପରିଚାଳନା ନିର୍ଦ୍ଦେଶକ ମଧୁ ମହାନ୍ତିଙ୍କ ମାତୃ ହେମଲତା ମହାନ୍ତିଙ୍କ ବିୟୋଗରେ ବୋଲଗଡ଼ ବ୍ଲକ ସଂପୁର ଠାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଅଛି । ବୋଲଗଡ଼ ପ୍ରତିନିଧି ତଥା ବୋଲଗଡ଼ ସାମ୍ବାଦିକ କ୍ଲବର ସଭାପତି ନିରଞ୍ଜନ ନାୟକଙ୍କ ଆବାହକତ୍ୱରେ ପ୍ରାରମ୍ଭରେ କୋଭିଡି ନିୟମ ପାଳନ କରାଯାଇ ସ୍ବର୍ଗତ ଶ୍ରୀମତୀ ମହାନ୍ତିଙ୍କ ଅମର ଆତ୍ମାର ସଦ୍ ଗତି ନିମନ୍ତେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ସ୍ମୃତି ସଭାରେ ସଂପୁର ସରକାରୀ ଉଚ୍ଚବଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ବାଇଁଙ୍କ ସଭାପତିତ୍ବରେ ସ୍ବର୍ଗତ ମହାନ୍ତିଙ୍କ ସମ୍ପର୍କରେ ଆଲୋକପାତ କରିଥିଲେ । ସ୍ବର୍ଗତ ମହାନ୍ତି ଜଣେ ଧର୍ମ ପରାୟଣ, ମିଷ୍ଟଭାଷୀ ଓ ଭବାନପାଟଣାର ବିଭିନ୍ନ ଧାର୍ମିକ ଅନୁଷ୍ଠାନରେ ଜଡିତ ଥିଲେ । ରାଜ୍ୟରେ ଅଗ୍ରଣୀ ଦୈନିକ ଓଡ଼ିଶା ଭାସ୍କର ଖବର କାଗଜ ଅନୁଷ୍ଠାନର ଉନ୍ନତି କ୍ଷେତ୍ରରେ ତାଙ୍କର ପ୍ରେରଣା ଅବିସ୍ମରଣୀୟ। ଉକ୍ତ ସଭାରେ ଖଙ୍ଗୁରିଆ ଗ୍ରାମପଞ୍ଚାୟତର ପୁର୍ବତନ ସମିତିସଭ୍ୟ କୃଷ୍ଣଚନ୍ଦ୍ର ଝପଟସିଂହ,ବୋଲଗଡ଼ ପ୍ରେସ୍ କ୍ଳବର ଉପ-ସଭାପତି ରଘୁନାଥ ମଲ୍ଲିକ , ସମ୍ପାଦକ ବିଶ୍ୱଜିତ୍ ମହାପାତ୍ର, ଶିକ୍ଷାବିତ୍ ସାଧୁଚରଣ ମହାପାତ୍ର, ବ୍ରଜବନ୍ଧୁ ଦାସ,ନାରାୟଣ ମହାନ୍ତି, ଲକ୍ଷ୍ମୀଧର ବେହେରା, ସମାଜସେବୀ ହରପ୍ରସାଦ ମହାନ୍ତି, ଏମ.ଅଶୋକ କୁମାର,ରବୀନ୍ଦ୍ର ସାଥୁଆ ଓ ପବିତ୍ର ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ । ବୋଲଗଡ଼ ସାମ୍ବାଦିକ କ୍ଳବ୍ ସଦସ୍ୟ ଓ ପାଞ୍ଚଗଡ ସୃଜନଶୀଳ ସମିତି ପକ୍ଷରୁ ଦୁଃଖ ପ୍ରକାଶ କରିଅଛନ୍ତି।
(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ। )