ଓଡ଼ିଶା ବ୍ରାହ୍ମଣ ସମିତି ସଭା ।

0 275

କଳମ୍ବ,୧୨/୦୯(ପିପିଟି): ପୋଲସରା ବ୍ଲକ ଅନ୍ତର୍ଗତ ଖଣ୍ଡୁରୁ ପଞ୍ଚାୟତର ଚଡ଼ିଆପଡ଼ା କୃଷ୍ଣଦାସପୁର ଶାସନର କନକଦୂର୍ଗା ମନ୍ଦିର ପ୍ରାଙ୍ଗଣ ଠାରେ ଆଜି ଦିନ ୧୨ ଘଣ୍ଟ ସମୟରେ ଓଡ଼ିଶା ବ୍ରାହ୍ମଣ ସମିତି ସଭା ଆୟୋଜିତ ହୋଇଯାଇଛି । ଏହି ସଭା ମନୋଜ ପାଣିଗ୍ରାହିଙ୍କ ସଭାପତିତ୍ବରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ, ଆଞ୍ଚଳିକ ସଭାପତି କଲି ଚରଣ ମିଶ୍ର , ଉପଦେଷ୍ଟା ବିରେନ୍ଦ୍ର କୁମାର ମିଶ୍ର ତଥା ବିଭୂତି ଭୂଷଣ ମିଶ୍ର, ରାମନାରାୟଣ ଦାଶ, କେଶବ ଚନ୍ଦ୍ର ତ୍ରିପାଠୀ, ବାବା ପ୍ରସାଦ ହୋତା, ସୁରେଶ ଚନ୍ଦ୍ର ହୋତା, ଶରତ ଦାସ, ରବୀନ୍ଦ୍ର ହୋତା, ଗଙ୍ଗାଧର ହୋତା, ପିତାମ୍ବର ହୋତା, ଶକ୍ତି ପ୍ରସାଦ ମିଶ୍ର, ନିରଞ୍ଜନ ମିଶ୍ର, ପ୍ରଶାନ୍ତ ହୋତା, ମୂରଲୀଧର ନନ୍ଦ ଓ ବିପିନ ମହାପାତ୍ର ପ୍ରଭୃତି ଉପସ୍ଥିତ ଥିଲେ । ସମସ୍ତ ସଦସ୍ୟ ବ୍ରାହ୍ମଣ ସମାଜକୁ ଏକତ୍ର କରିବା ଓ ସରକାରଙ୍କ ସ୍ବତନ୍ତ୍ର ଦୃଷ୍ଟି ଆକର୍ଷଣ କରାଇ ବିଶ୍ଵ ମଙ୍ଗଳ କାମନା କରିଥିଲେ । (ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା)

Leave A Reply

Your email address will not be published.