ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ପରଲୋକ।

0 526

ଭୁବନେଶ୍ବର,୨୫/୦୨ : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ପରଲୋକ ହୋଇଛି । ମୃତ୍ଯୁବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା । ଏ ସମ୍ପର୍କରେ ତାଙ୍କ ଝିଅ ସୁନୀତା ସୂଚନା ଦେଇଛନ୍ତି। ସେ ଦୁଇଥର କଂଗ୍ରେସ ପକ୍ଷରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ । ୭ ଡିସେମ୍ବର ୧୯୮୯ରୁ ୫ ମାର୍ଚ୍ଚ ୧୯୯୦ ଏବଂ ୬ ଡିସେମ୍ବର ୧୯୯୯ରୁ ୫ ମାର୍ଚ୍ଚ ୨୦୦୦ ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ । ୨୦୦୯ରେ ସୁନ୍ଦରଗଡ଼ର ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ସେ ଓଡ଼ିଶାର ପ୍ରଥମ ଅନୁସୂଚିତ ଜନଜାତି ବର୍ଗର ମୁଖ୍ୟମନ୍ତ୍ରୀ ଥିଲେ । ତାଙ୍କର ୫ ଝିଅ ଅଛନ୍ତି। ୧୯୭୪ରୁ ୧୯୭୭ ଓ ୧୯୮୦ରୁ ୨୦୦୪ ପର୍ଯ୍ୟନ୍ତ ୬ ଥର ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୮୫ରୁ ୧୯୮୬ ପର୍ଯ୍ୟନ୍ତ ସେ ସ୍ବାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗର ମନ୍ତ୍ରୀ ଥିଲେ ।

Leave A Reply

Your email address will not be published.