ଓଟିଏନ ୱେବ ମିଡ଼ିଆର ୫ମ ସ୍ଵନକ୍ଷତ୍ର ଦିବସ ପାଳନ ।

0 372

ଭଞ୍ଜନଗର,୨୭/୦୪(ପିପିଟି): ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସଭାଗୃହ ଠାରେ ଓଟିଏନ ୱେବ ମିଡ଼ିଆର ୫ମ ସ୍ଵନକ୍ଷତ୍ର ଦିବସ ବୁଧବାର ମହା ସମାରୋହରେ ପାଳନ କରାଯାଇଛି। ଏଥିରେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର,ପୂର୍ବତନ କଲେଜ ଅଧ୍ୟକ୍ଷ ଡ଼. ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, କୃତ୍ତିବାସ ବିଶ୍ୱାଳ, ମେଡ଼ିକାଲ ଅଧିକ୍ଷକ ସୀତାଂଶୁ ଶେଖର ଶତପଥି,ଓକିଲ ସଂଘ ସଭାପତି ସନ୍ତୋଷ କୁମାର ନାୟକ,ଓଟିଏନର ମୁଖ୍ୟ ସତ୍ୟ ରଞ୍ଜନ ଦାଶ, ସମ୍ପାଦିକା ସଂଯୁକ୍ତା ଦାଶ, ଜିଲ୍ଲା ପ୍ରତିନିଧି ଅମରେନ୍ଦ୍ର ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ମଞ୍ଚରେ ଉପସ୍ଥିତ ଥିଲେ। ଶୂଳପାଣି ଶତପଥି କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ। ଓଟିଏନ ୱେବ ମିଡ଼ିଆ ଲୋକପ୍ରିୟତା ହାସଲ କରିବା ସହ ନିରପେକ୍ଷ ଓ ସତ୍ୟ ଖବର ପ୍ରକାଶ କରି ସମାଜର ଉନ୍ନତିରେ ସହାୟକ ହୋଇ କାର୍ଯ୍ୟ କରିବା ପାଇଁ ଅତିଥିମାନେ ମତାମତ ଦେଇଥିଲେ। ଭଞ୍ଜନଗର ଅଞ୍ଚଳର ସମସ୍ତ ସାମ୍ବାଦିକ,କରୋନା ସମୟରେ ସହଯୋଗ କରିଥିବା ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନ ଓ ବିଦ୍ୟାଳୟ ଏବଂ କିଛି ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ଓଟିଏନର ଅନ୍ୟ କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.