ବ୍ରହ୍ମପୁର,୧୭/୦୬(ପିପିଟି); ଦୀର୍ଘ ଦେଢ଼ ବର୍ଷ ଓକିଲ ମାନେ ଅବହେଳିତ ଅବସ୍ଥାରେ ଗତି କରିବା ସମୟରେ ସ୍ଥାନୀୟ ବିଧାୟକ ଆଜି ଗଞ୍ଜାମ ବାର ଆସୋସିଏସନ କୁ ସହଯୋଗର ହାତ ବଢ଼ିଛନ୍ତି। ଆଜି ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ୧୦୦ ଜଣ ଓକିଲଙ୍କୁ ରାସନ ସାମଗ୍ରୀ ପଠାଇଛନ୍ତି।ଏଣୁ ଗଞ୍ଜାମ ବାର ଆସୋସିଏସନ ତରଫରୁ ତାଙ୍କୁ ଧନ୍ୟବାଦ ଜଣାଉଛୁ। ଆଜି ଏହି କାର୍ଯ୍ୟକ୍ରମ ରେ ଆସୋସିଏସନ ସଭାପତି ଜନାର୍ଦନ ସୁବୁଦ୍ଧି,ଉପ ସଭାପତି ଭାଗୀ ରାଓ, ସମ୍ପାଦକ ପ୍ରଦୀପ ବେହେରା,ଯୁଗ୍ମ ସମ୍ପାଦକ ସୁଧୀର କୁମାର ପାତ୍ର,ଜିଲ୍ଲା ବିଜେଡ଼ି ଉପ ସଭାପତି ସଞ୍ଜିତ ପାଣିଗ୍ରାହୀ,ମହାନଗର ଯୁବ ବିଜେଡ଼ି ସଭାପତି ଅଜିତ ପଣ୍ଡା,ଜିଲ୍ଲା ଛାତ୍ର ବିଜେଡ଼ି ଜୋନ ସଭାପତି ଜ୍ୟୋତି ରଞ୍ଜନ ସାହୁ,ମଦନ ଦଳାଇ ଯୁବ ଆଇନଜୀବୀ ଜଗନାଥ ମିଶ୍ର, ନଳିନୀ ଦେବଦର୍ଶୀ,ପ୍ରମିତ ରଞ୍ଜନ ମହାପାତ୍ର,କୃଷ୍ଣ ସାହୁ,ନାଗେଶ୍ୱର ରାଓ,ତାପସ ସାହୁ,ଅସିତ ସାବତ,ସୁଧୀର ମିଶ୍ର,ସୂର୍ଯ୍ୟ ସୁବୁଦ୍ଧି, ଅନୀଲ ପଣ୍ଡା, ଅକ୍ଷୟ ପଟ୍ଟନାୟକ, ବରୁଣ ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ।