ଭଞ୍ଜନଗର,୩୦/୦୪(ପିପିଟି); ଶୁକ୍ରବାର ଦିନ କୋଭିଡ କଟକଣା ପାଳନ ପୂର୍ବକ ଭଞ୍ଜନଗର ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଓ ସି.ଆର୍.ସି.ସି ମାନଙ୍କ ତରଫରୁ ପ୍ରିୟ ଏ.ବି.ଇ.ଓ ଜଗବନ୍ଧୁ ଜେନାଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି ଅବସରରେ ବି.ଇ.ଓ ଏସ୍ ଧନଞ୍ଜୟ, ଏ.ବି.ଇ.ଓ ସୂର୍ଯ୍ୟ ନାୟକ, ବି.ଆର୍.ସି.ସି ହୃଷିକେଶ ସ୍ବାଇଁ ପ୍ରମୁଖ ଶ୍ରୀ ଜେନା ଜଣେ କର୍ତ୍ତବ୍ୟ ପରାୟଣ,ନିଷ୍ଠାପର,ସମୟାନୁବର୍ତ୍ତିତା,ତଥା ଶିକ୍ଷକବତ୍ସଳତା ଭଳି ଗୁଣାବଳୀର ଅଧିକାରୀ ହୋଇଥିବାରୁ ତାଙ୍କର ଭୂୟସୀ ପ୍ରଶଂସା କରିଥିଲେ ଏବଂ ତାଙ୍କ ଅବସରକାଳୀନ ଜୀବନ ସୁଖ,ସମୃଦ୍ଧି ତଥା କୁସୁମିତ ହେଉ ବୋଲି ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରିଥିଲେ ା ସି.ଆର୍.ସି.ସି ଦେବୀ ପ୍ରସାଦ ଦାସ,ନାରାୟଣ ମହାପାତ୍ର,ସନ୍ତୋଷ କୁମାର ସାହୁ ଶ୍ରୀ ଜେନାଙ୍କ କାର୍ଯ୍ୟ ଶୈଳୀ ର ଅନନ୍ୟତାକୁ ବକ୍ତବ୍ୟରେ ପ୍ରଦାନ କରିଥିଲେ। କୋଭିଡ କଟାକଣା ହେତୁ ନିରାଡମ୍ବରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ଜେନାଙ୍କୁ ମାନପତ୍ର, ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ମାନିତ କରିବା ସହ ଅବସରକାଳୀନ ପେନସନ ଓ ଗ୍ରାଚୁଇଟି କାଗଜ ପତ୍ର ବି.ଇ.ଓ ଅଫିସ ତରଫରୁ ପ୍ରଦାନ କରାଯାଇଥିଲା। ପ୍ରକାଶ ଥାଉ କି ଜଗବନ୍ଧୁ ଜେନା ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର ରାଜ୍ୟ ସଭାପତି ରହିଥିବା ବେଳେ ସମ୍ବାଦ ସାହିତ୍ୟ ଘର ଭଞ୍ଜନଗର, ଚକରା ବିଷୋୟୀ କଲଚୁରାଲ ଏକାଡେମୀ, କାଳଞ୍ଜି କୁଳ ସମାଜ ପରି ଶିକ୍ଷା,କଳା,ସଂସ୍କୃତି ଓ ସାହିତ୍ୟ ଆଦି ବିଭିନ୍ନ ଅନୁଷ୍ଠାନ ସହ ଜଡିତ ରହି ସମାଜ ସେବାକୁ ଆପଣାଇ ସମାଜରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ମୋ ସ୍କୁଲ ଅଭିଯାନ ଅଧିନରେ ପ୍ରୋଜେକ୍ଟ ପ୍ରପୋଜାଲ ଦେଇ ସେ ଭେଜିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ସବୁଜିମାରେ ଭରି ଦେଇ ଯେଉଁ ବ୍ୟାପକ ପରିବର୍ତ୍ତନ ଆଣିପାରିଛନ୍ତି ତାହା ପ୍ରଧାନ ଶିକ୍ଷକ ରୂପେ ତାଙ୍କ କୃତ୍ତିତ୍ୱର ସର୍ବଶ୍ରେଷ୍ଠ ନିଦର୍ଶନ। ଏତଦ ବ୍ୟତୀତ ବାହାଡାପଦର ଉଚ୍ଚ ବିଦ୍ୟାଳୟ ସ୍ଥାପନ କରିବା ସହ ନାରୀ ଶିକ୍ଷାର ଉନ୍ନତି ପାଇଁ ତାଙ୍କ ଉଦ୍ୟମ ଥିଲା ପ୍ରଶଂସନୀୟ। ନିଜର ସ୍ବଳ୍ପ ଏ.ବି.ଇ.ଓ କାର୍ଯ୍ୟକାଳ ମଧ୍ୟରେ ସେ ଭଞ୍ଜନଗର ବ୍ଳକର ସମସ୍ତ ବିଦ୍ୟାଳୟକୁ ଗସ୍ତ କରି ସ୍ଥାନୀୟ ସରପଞ୍ଚ,ସମିତି ସଭ୍ୟଙ୍କ ସହ ପରାମର୍ଶ କରି ବିଦ୍ୟାଳୟ ଗୁଡିକର ଭିତ୍ତିଭୂମିର ବିକାଶ ସହ ଶିଶୁ ପ୍ରିୟ ବିଦ୍ୟାଳୟ ଗଠନ କରିବା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପରାମର୍ଶ ଦେଇ ଗୁରୁକୁଳ ଆଶ୍ରମ ପରି ବାତାବରଣ ସୃଷ୍ଟି କରି ଶିକ୍ଷକମାନେ ନିଜର ଗୁରୁ ଭୂମିକାକୁ ଯେପରି ଠିକ୍ ରୂପେ ସମ୍ପାଦିତ କରିବେ ସେଥିପାଇଁ ଉଦବୋଧନ ଦେବା ସହ ନିଷ୍ଠାପର କର୍ତ୍ତବ୍ୟ ସଂପାଦନ ତାଙ୍କୁ ଆଜି ଶିକ୍ଷକ ସମାଜରେ ଅନନ୍ୟ ପରିଚୟ ପ୍ରଦାନ କରିଥିବା ବି.ଇ.ଓ ଏସ୍ ଧନଞ୍ଜୟ ପ୍ରକାଶ କରିବା ସହ ତାଙ୍କର ଦୀର୍ଘାୟୁ କାମନା କରିଥିଲେ। ଶେଷରେ ନାରାୟଣ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସି.ଆର୍.ସି.ସି ତ୍ରିନାଥ ବେହେରା,ମୋହନ ସାହୁ,ଭଗବାନ ଭୂୟାଁ,ଆଦିକନ୍ଦ ଗୌଡ,ସନ୍ତୋଷ ସାହୁ,ମନୋଜ ଗୌଡ,ମନୋଜ ପାଳ,ବୃନ୍ଦାବନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ବି.ଇ.ଓ ଅଫିସ ଷ୍ଟାଫ ଚିରଞ୍ଜିବୀ ଦାସ,ଶୁଶିଲ ସାହୁ,ସୁଧିର ପାଣିଗ୍ରାହି,ଶିବ ପ୍ରସାଦ ସ୍ବାଇଁ ,ପବିତ୍ର ପାତ୍ର,ସନ୍ତୋଷ କୁମାର ଅଧିକାରୀ, ଲଡୁ କିଶୋର ବେହେରା,ସନ୍ତୋଷ ସାସମଲ, ଅନିଲ କୁମାର ମୁଦୁଲି,ଚିନ୍ମୟ କୁମାର ଦାସ ,ଶାନ୍ତୀ ଲତା ଗୌଡ ,ଶୁସାନ୍ତ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )