ବ୍ରହ୍ମପୁର, ତା-୨୭/୧୦/୨୦(ପିପିଟି); ଭାରତର ଶ୍ରମିକ ଶ୍ରେଣୀର ପ୍ରଥମ ସଙ୍ଗଠନ ଅଖିଳ ଭାରତ ଟ୍ରେଡ଼ ୟୁନିୟନ କଂଗ୍ରେସ(ଏ.ଆଇ.ଟି.ୟୁ.ସି ) ର ଶତ ବାର୍ଷିକୀ ସମାରୋହ ସମଗ୍ର ଦେଶରେ ପାଳିତ ହେଉଛି। ୧୯୨୦ ଅକ୍ଟୋବର ୩୧ ରୁ ନଭେମ୍ବର ୨ ପର୍ଯ୍ୟନ୍ତ ବମ୍ବେର ଏମ୍ପାୟାର ଥିଏଟରରେ ଲାଲା ଲଜପତ ରାଏଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଜାତୀୟ ସମ୍ମିଳନୀରେ ଏ.ଆଇ.ଟି.ୟୁ.ସି ଜନ୍ମ ଲାଭ କରିଥିଲା । ୧୯୨୦ – ୨୦୨୦ ଏହି ଶହେ ବର୍ଷର ସଂଗ୍ରାମ ଓ ବଳିଦାନ ଗାଥାର ଇତିହାସ। ଏ.ଆଇ.ଟି.ୟୁ.ସି ଆଜି ଦେଶରେ ଶ୍ରମିକ ଶ୍ରେଣୀର ସ୍ୱାର୍ଥ ରଖିବା ପାଇଁ ଶ୍ରମିକ ମାନଙ୍କ ଲଢ଼େଇ ଫଳରେ ହାସଲ ହୋଇଥିବା ଶ୍ରମ ଆଇନକୁ କର୍ପୋରେଟ ସ୍ୱାର୍ଥ ରଖିବା ପାଇଁ ଶ୍ରମିକ ବିରୋଧୀ ଚାରୋଟି କୋଡ଼ରେ ପରିବର୍ତ୍ତନ ବିରୋଧରେ ଅସଙ୍ଗଠିତ ଶ୍ରମିକ ଓ ସ୍କିମ ୱାର୍କରଙ୍କ ସ୍ୱାର୍ଥ ରଖିବା ପାଇଁ କୃଷକ, କୃଷି ଶ୍ରମିକ, ଯୁବକ, ଛାତ୍ରଙ୍କ ସମସ୍ୟା ଉପରେ ଲଢ଼େଇ ଚଳାଇ ଦେଶର ଏକତା , ଧର୍ମ ନିରପେକ୍ଷତା ଓ ସମ୍ବିଧାନର ସୁରକ୍ଷା, ନାରୀ, ଦଳିତ ଓ ସଂଖ୍ୟା ଲଘୁଙ୍କ ଉପରେ ଆକ୍ରମଣ ବିରୁଦ୍ଧରେ ଅନବରତ ଲଢ଼େଇ ଚଳାଇଛି। ଅନ୍ୟାନ୍ୟ ଜାତୀୟ ଶ୍ରମିକ ସଙ୍ଗଠନ ଓ ସ୍ୱାଧୀନ ଫେଡରମ ମାନଙ୍କ ସହିତ ଐକ୍ଯବଦ୍ଧ ଆନ୍ଦୋଳନ କରୁଛି। ଆଜି ଅକ୍ଟୋବର୨୭,୨୦୨୦ ରିଖ ସହିଦ ଲକ୍ଷଣ ନାୟକ କମ୍ୟୁନିଟି ହଲରେ
ଏଆଇଟିୟୁସିର ଶତବାର୍ଷିକୀ ସମାରୋହ ସାଥି ପ୍ରଶାନ୍ତ କୁମାର ପାଟ୍ଟଯୋଶୀଙ୍କ ସଭାପତିତ୍ୱରେ ପାଳନ ହୋଇଛି। ଏହି ଅବସରରେ ଏଆଇଟିୟୁସି ର ଜାତୀୟ ସମ୍ପାଦକ ସାଥି ରାମକୃଷ୍ଣ ପଣ୍ଡା ଯୋଗ ଦେଇଥିଲେ। ଭାରତ ସରକାରଙ୍କ ଶ୍ରମିକ , ଯୁବ ଛାତ୍ର, ମହିଳାଙ୍କ ବିରୋଧରେ ହୋଇଥିବା ଆକ୍ରମଣ ବିରୁଦ୍ଧରେ ତୀବ୍ର ନିନ୍ଦା କରିଥିଲେ ଏବଂ ବର୍ତ୍ତମାନର ଭାରତ ସରକାର ଶ୍ରମିକ ବିରୋଧୀ ବୋଲି କହିଥିଲେ। ଏହି ସମାରୋହରେ ଆଇଏନଟିୟୁସି ନେତା ପିତବାସ ପଣ୍ଡା ,ସିଆଇଟିୟୁର ନେତା ଯଧିଷ୍ଟିର ବେହେରା , ଏଆଇଟିୟୁସି ର ସୋମନାଥ ବେହେରା ,ଏଆଇଟିୟୁସି ଜିଲ୍ଲା ସମ୍ପାଦକ ଅଳକ ନାଥ ମିଶ୍ର, ସିପିଆଇର ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର ଶ୍ରମିକ ନେତା ବୃନ୍ଦାବନ ପୋଲାଇ, ଆଇନଜୀବି ସୁଧାଂଶୁ ପଣ୍ଡା, ମହିଳା ନେତ୍ରୀ ଲକ୍ଷ୍ମୀ ପାତ୍ର, ଏଆଇୱାଇଏଫ ର ରାଜ୍ୟ ସଭାପତି ପ୍ରଦୀପ ସେଠି , ରାଜ୍ୟ ସହ ସମ୍ପାଦକ କାମଦେବ ନାହାକ, ଗୋପାଳପୁର ପୋର୍ଟ ୟୁନିୟନର କେ . ଏଲେୟା, ସିପିଆଇ ର ଛତ୍ରପୁର ଜୋନ ସମ୍ପାଦକ ଏସ.କ୍ରିଷ୍ଣା,କଂଗ୍ରେସ ନେତା ଭୋକାଲି ସେଠି, ମାଗୁଣି ବିଶୋଇ ଓ ପୂର୍ଣ୍ଣ ରଥ ସମସ୍ତ ସାଥି ଏଆଇଟିୟୁସି ର ଶତ ବର୍ଷିକୀ ସମାରୋହରେ ଯୋଗଦେଇ ଆଲୋଚନାରେ ଭାଗ ନେଇ ଭାରତ ସରକାରଙ୍କ ଶ୍ରମିକ ବିରୋଧୀ ନୀତିକୁ ଦୃଢ଼ ନିନ୍ଦା କରିଥିଲେ।