ରାୟଗଡା,୦୫/୦୭(ପିପିଟି); ପଦ୍ମପୁରବ୍ଲକ ଜବରଗୁଡ଼ାସ୍ଥିତ ସେବାସମାଜ ଅନୁଷ୍ଠାନ ପରିସରରେ ରାଜ୍ୟ ସାମ୍ବାଦିକ ୟୁନିୟନ,ଓଡିଶା, ରାୟଗଡା ଜିଲ୍ଲା ଶାଖା, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଗୁଣପୁର ରେଂଜ, ରାୟଗଡା ବନଖଣ୍ଡ ମିଳିତ ଆଜି ୭୨ତମ ବନ ମହୋତ୍ସବ ସପ୍ତାହରେ ବୃକ୍ଷରୋପଣ କରାଯାଇଛି। ଏଥିରେ ପଦ୍ମଶ୍ରୀ ମନୋନୀତ ଶାନ୍ତିଦେବୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାରା ରୋପଣ କରିବା ସହ ବୃକ୍ଷର ଉପକାରିତା ଓ ଆବଶ୍ୟକତା ଉପରେ ମତ ରଖିଥିଲେ।ସମ୍ମାନିତ ଅତିଥିଭାବେ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ ଯୋଗ ଦେଇ ବୃକ୍ଷରୋପଣ କରିଥିଲେ। ବୃକ୍ଷରୋପଣକୁ ଆହୁରି ସାମୁହିକ କାର୍ଯ୍ୟକ୍ରମରେ ପରିବର୍ତ୍ତନ କରି ଜିଲ୍ଲାକୁ ଏକ ସବୁଜ ପରିବେଶ ବଳୟରେ ସୃଷ୍ଟି କରିବା ଓ ଚାରା ରୋପଣ ପରେ ତାହାର ଯତ୍ନ ନେବା ହିଁ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ସଫଳତା ବୋଲି ଜାଣି ପାରିବା ବୋଲି ମତବ୍ୟକ୍ତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପଦ୍ମପୁର ବ୍ଳକ ଅଧ୍ୟକ୍ଷ ରମାକାନ୍ତ ମାଝି,ବିଡିଓ ଦୟାମୟ ପାଢୀ,ତହସିଲଦାର ନୀଳମାଧବ ମାଝି,ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ଜିଲ୍ଲା ସଭାପତି ବିଷ୍ଣୁପ୍ରସାଦ ପଣ୍ଡାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ୧୦୦ଟି ଚାରା ରୋପଣ କରି ଏସୟୁଜେ ସଂଘର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ।ସେହିପରି ସଂଘ ସଭାପତି ଶିବ ନାରାୟଣ ଗୌଡ଼,ଉପସଭାପତି ସହଦେବ ସାହୁ, ସାଧାରଣ ସଂପାଦକ ସୁବାଷ ଚନ୍ଦ୍ର ସୂର୍ଯ୍ୟ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସନ୍ତୋଷ ପାଣିଗ୍ରାହୀ,ସାଂଗଠନିକ ସଂପାଦକ ଦୁର୍ଗା ପ୍ରସାଦ ପାଢୀଙ୍କ ସମେତ ପଦ୍ମପୁର ବ୍ଲକ ସଂଯୋଜକ ସୁଶାନ୍ତ କୁମାର ପଣ୍ଡା,ଇନ୍ଦ୍ରଜିତ ପଣ୍ଡା,ରବିନ୍ଦ୍ରନାଥ ମହାପାତ୍ର ଏବଂ ଗୁଣପୁର ବନାଞ୍ଚଳ ଅଧିକାରୀ ରଞ୍ଜନ ମହାନ୍ତି ସମେତ ବନପାଳ ପିକେ ଜେନା,ବନରକ୍ଷୀ ସନ୍ତୋଷୀ ବାଗ, ଲକ୍ଷ୍ମୀ ଦାଶ,କେସି ଶବର,ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
(ରିପୋର୍ଟ – ନବୀନ ନାୟକ ବେହେରା। )