ଏସ୍ କେ ପି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ; ଏନ୍ ଟି ଏସ ମାଝୀ ପଡ଼ା ଦଳ ଚମ୍ପିୟାନ ।

0 254

କନ୍ଧମାଳ,୧୬/୧୨(ପିପିଟି) :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ପଞ୍ଚାୟତ ସିତିକାପଟି ଖେଳ ପଡିଆ ଠାରେ ଏସ କେ ପି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି, ଏଥିରେ ମୂଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଯୋଗ ଦେଇଥିଲେ, ସମ୍ମାନୀତ ଅତିଥି ଭାବେ ଫିରିଙ୍ଗିଆ ପଞ୍ଚାୟତ ସମିତି ଅଧ୍ୟକ୍ଷ ଲାଲ୍ ନନ୍ଦ ପ୍ରଧାନ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସାରତୀ ମଲିକ, କନ୍ଧମାଳ ସାଂସଦ ପ୍ରତିନିଧି ବିଷ୍ଣୁ ଚରଣ ମଲିକ, ବରିଷ୍ଠ ଶିକ୍ଷାବିତ୍ ତ୍ରିନାଥ କହଁର, ବନ୍ଧଗଡ଼ ସରପଞ୍ଚ ଭଞ୍ଜ କହଁର, କାସିନି ପଦର ସମିତି ସଭ୍ୟ ନିଳଗିରିସ ଦିଗାଲ, ତଳ ଦଣ୍ଡିକିଆ ପୂର୍ବତନ ସରପଞ୍ଚ ସଙ୍କର ପ୍ରଧାନ,କାସିନିପଦର ପୂର୍ବତନ ସମିତି ସଭ୍ୟ ରଥପାତ୍ର,ବରିଷ୍ଠ କୁଇ ନେତା ତଥା ସଭାପତି ଗୁଣନିଧି କହଁର, ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ସଦସ୍ୟା ସୁଭଦ୍ରା କହଁର,ସଖିପଡା ୱ୍ୟାଡସଭ୍ୟ ରାମଚନ୍ଦ୍ର ସାହୁ, ଗ୍ରାମର ପ୍ରଦୀପ କହଁର,ଜୁରିକା କହଁର ପ୍ରଭାତ କହଁର ତିହରୁ କହଁର ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଦୀର୍ଘ ୮ ଦିନ ଧରି ଚାଲିଥିବା ଏହି ମ୍ୟାଚରେ ଅଞ୍ଚଳର ପ୍ରାୟ ୧୬ ଟି ଫୁଟବଲ ଦଳ ଅଂଶଗ୍ରହଣ କରିଥିଲେ । ଉଦଯାପିତ ଦିନ ଏହାର ଫାଇନାଲ ମ୍ୟାଚରେ ତେଜାମାହା ଫୁଟବଲ ଦଳ ଓ ଏନ୍ ଟି ଏସ ମାଝି ପଡ଼ା ଫୁଟବଲ ଦଳ ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ଖେଳ ହୋଇ ଥିଲା, ତେବେ ମାଝୀ ପଡ଼ା ଦଳ ତେଜାମାହା ଫୁଟବଲ ଦଳ କୁ ୪ – ୦ ଗୋଲରେ ପରାସ୍ତ କରି ଚମ୍ପିୟାନ ହୋଇଛି, ଅତିଥି ମାନଙ୍କ ଦ୍ଵାରା ବିଜେତା ଓ ଉପ ବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ, ଏଥିରେ ବେଷ୍ଟ ଗୋଲ୍ ରକ୍ଷକ ଆମୋସ ଦିଗାଲ,ବେଷ୍ଟ ସ୍କୋରର ଧର୍ମେନ୍ଦ୍ର ପ୍ରଧାନ,ବେଷ୍ଟ ଡିଫେନ୍ସ ବବୁଲ କହଁର, ମ୍ୟାନ ଅଫ୍ ଦିମ୍ୟାଚ ବେଣୁଧର କହଁରଙ୍କୁ ଅତିଥି ମାନଙ୍କ ଦ୍ଵାରା ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ପ୍ରଦତ୍ତ ମାନ ପତ୍ର ସହ ଟ୍ରଫି ପ୍ରଦାନ କରାଯାଇଛି, ଖେଳ କୁ ମୂଖ୍ୟ ରେଫରି ସୁସାନ୍ତ କୁମାର ଜୁଣ୍ଡି ତଣ୍ଡେଶ୍ବର କହଁର ,ରୋହିତ କୁମାର ନାୟକ, ନରେନ୍ଦ୍ର କହଁର ପରିଚାଳନା କରିଥିବା ବେଳେ ଏସ୍ କେ ପି କ୍ଲବ ସଭାପତି ବିନୋଦ କହଁର, ସମ୍ପାଦକ ନରେଶ କହଁର, ସନ୍ତୋଷ କହଁର, ଅର୍ଜୁନ କହଁରଙ୍କ ସମେତ କ୍ଲବର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.