ଏରେଣ୍ଡ୍ରା ପଞ୍ଚାୟତରେ କରୋନା ପଜିଟିଭ, ଲୋକେ ଭୟଭୀତ !

0 2,249

ସାନଖେମୁଣ୍ଡି,୦୪/୦୭(ପିପିଟି) ; ମହାମାରୀ କରୋନାକୁ ନେଇ ବିଶ୍ୱ ସ୍ତବ୍ଧ ହୋଇପଡିଛି । ଏଥିରୁ ମୁକୁଳିବା ପାଇଁ ସରକାର ବିଭିନ୍ନ କାର୍ଯ୍ୟପନ୍ଥା ଆପାଣାଉଛନ୍ତି । ଆରମ୍ଭରୁ ଲକଡାଉନ ଜାରି କରିଛନ୍ତି । ସେହିପରି ଗାଡି ଚଳାଚଳ, ଛକ ବଜାର ଓ ସ୍କୁଲ କଲେଜ ଆଦି ବନ୍ଦ ରଖିଛନ୍ତି । ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ପ୍ରଦାନ କରିବା ସହ ମାସ୍କ ପରିଧାନକୁ ବାଧ୍ୟତାମୁଳକ କରାଯାଇଛି । ବିଭିନ୍ନ ସ୍ଥାନକୁ ସାନିଟାଇଜ ମଧ୍ୟ କରାଯାଉଛି । ହେଲେ ଏହାର ପ୍ରଭାବ କମିବା ପରିବର୍ତ୍ତେ ବଢିବାରେ ଲାଗିଛି । ଯାହା ଫଳରେ ଏବେ କରୋନା ଭୁତାଣୁ ସରକାରଙ୍କ ମୁଣ୍ଡବ୍ୟଥାର କାରଣ ହୋଇଛି । ଭାରତ ଭଳି ଜନବହୁଳ ରାଷ୍ଟ୍ରରେ ଚାରି ମାସରୁ ଉର୍ଦ୍ଧ୍ୱ କାଳ ଲକଡାଉନ ଜାରି ରହିବା ଫଳରେ ବିଭିନ୍ନ ସମସ୍ୟା ମାନ ସୃଷ୍ଟି ହେଉଛି । ଗଞ୍ଜାମ ଜିଲ୍ଲାରେ କରୋନା ତାଣ୍ଡବ ଆରମ୍ଭ କରିସାରିଲାଣି । ଗ୍ରାମା ଅଞ୍ଚଳରେ ଦିନ କୁ ଦିନ କରୋନା ବଢ଼ିବାରେ ଲାଗିଛି । ବହୁ ଧନ ଜୀବନ ମଧ୍ୟ ନଷ୍ଟ କରିସାରିଲାଣି । ପ୍ରବାସୀ ମାନେ ସଙ୍ଗରୋଧ କେନ୍ଦ୍ରରେ ନିଜର ଅବଧି ଶେଷ କରି ଯିଏ ଯାହାର ଘରକୁ ସୁସ୍ଥ ରେ ପ୍ରତ୍ୟାବର୍ତ୍ତନ କଲେ ହେଲେ ସାଧାରଣ ଜନତାଙ୍କ ମନରେ ପ୍ରଶ୍ନବାଚି଼ ସୃଷ୍ଟି ହେଉଛି ଯେ କିଛିଦିନ ଗଲାପରେ ପ୍ରବାସୀଙ୍କ ଠାରେ କିପରି କରୋନା ଲକ୍ଷଣ ଦେଖାଯାଉଛି । ସାଧାରଣ ଲୋକଙ୍କ ମନରେ ଏବେ କୋକୁଆ ଭୟ ସୃଷ୍ଟି ହେବାରେ ଲାଗିଲାଣି । ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଏରେଣ୍ଡ୍ରା ପଞ୍ଚାୟତର ବଡଦାଣ୍ଡ ସାହିରେ ଆଜି ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେ କିଛିଦିନ ପୂର୍ବେ ବିଦେଶରୁ ଆସିଥିଲେ । ତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଶିତଲା ପଲ୍ଲୀ ଟାଟା କୋଭିଡ଼ ହସ୍ପିଟାଲକୁ ପଠାଯାଇଥିଲା ।ସେଠାରେ ତାଙ୍କର କରୋନା ପଯିଟିଭ ବାହାରିଥିଲା । ସୂଚନା ଅନୁସାରେ ସେ ମେଡିକାଲରୁ  ଫେରାର ହୋଇ ଏରେଣ୍ଡ୍ରା ଗ୍ରାମ ରେ ରହୁଥିଲେ । ଖବର ପାଇ ପ୍ରଶାସନ ତରଫରୁ ଆଜି ତାଙ୍କ ଘରକୁ ଟିମ ଯାଇଥିଲେ । ହେଲେ ସେ ଘରେ ନଥିଲେ । ଘର ଲୋକଙ୍କ ସହ ସେ ରହୁଥିବାରୁ ସମସ୍ତ ଘରର ମେମ୍ବର ମାନଙ୍କୁ ମେଡ଼ିକାଲ ନିଆଯାଇଛି । ଏରେଣ୍ଡ୍ରା ବାସି ଏବେ ଭୟଭୀତ ଥିବା ଜଣା ପଡିଛି କାହିଁକି ନା ସେ ବହୁତ ଦିନ ହେଲା ଘରେ ରହିଆସୁଥିଲେ ଏବଂ ବାହାରେ ମିଳାମିଶା ବି କରୁଥିଲେ ଗୋଷ୍ଠି ସଂକ୍ରମଣ ଭୟ ଅଧିକ ଥିବା ଜଣାପଡୁଛି । ଏହିପରି ଆଜି ପାଟପୁର ରୁ ୫ ଜଣ,ଖଲିଙ୍ଗୀରୁ ୨ ଜଣ,କୋଙ୍କରଡା ରୁ ୨ ଜଣ,କରଖଣ୍ଡି ରୁ ୧ ଜଣ,ମୋହିଗୁଡା ରୁ ୧ ଜଣ (କରୋନା ଯୋଦ୍ଧା) ଏବଂ ଆଡ଼ପଡ଼ା ରୁ ୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏରେଣ୍ଡ୍ରା ଗ୍ରାମ ରେ କିଛି ଲୋକ ଙ୍କ ପାଖରେ ଜର, ଥଣ୍ଡା, ଖାସର ଲକ୍ଷଣ ମାନ ଦେଖା ଗଲାଣି ମେଡିକାଲ ଟିମ ଯାଇ ଗ୍ରାମର ସମସ୍ତ ବ୍ୟକ୍ତିଙ୍କୁ ପରୀକ୍ଷା କରନ୍ତୁ ବୋଲି କହିଛନ୍ତି ଗ୍ରାମ ବାସି । ଗ୍ରାମକୁ ସମ୍ପୂର୍ଣ ବିଶୋଧକ ସିଞ୍ଚନ ଏବଂ ଗ୍ରାମକୁ କଣ୍ଟେନମେଣ୍ଟ ଜୋନରେ ପରିଣତ କରାଯାଉ ବୋଲି ପ୍ରଶାସନକୁ ଅନୁରୋଧ କରିଛନ୍ତି ପଞ୍ଚାୟତ ବାସି ।
ରିପୋର୍ଟ – ଆରତ କୁମାର ହୋତା ।

Leave A Reply

Your email address will not be published.