କୋଦଳା,୦୫/୧୨(ପିପିଟି):ଲଗାଣ ବର୍ଷା ରେ ବହୁ ଗ୍ରାମ ଜଳବନ୍ଦୀ ହୋଇଥିବା ଜଣାଅପଡ଼ିଛି ।କୋଦଳା ଏନ୍ଏସି ୱାର୍ଡ ନମ୍ବର ୨ ଏରେଗୁଲା ବସ୍ତିରେ ଆଜି ତିନିଫୁଟର ପାଣି । ମାରୁଡ଼ିଘାଇ ଠାରୁ ଜଗତା କେନାଲ ଦେଇ ଆସୁଥିବା ପାଣି ପଶିଛି ବସ୍ତିରେ । କ୍ଷୁଦ୍ର ଜଳସେଚନ ବିଭାଗ ର ଜଗତାନାଳ ଟିରେ ଗାର୍ଡୱାଲ ନଥିବା ଯୋଗୁ ବସ୍ତି ମଧ୍ୟରେ ଅନେକଥର ପାଣିପଶୁଛି । ନିଷ୍କାସନ ହେବାକୁ ରାସ୍ତା ନ ଥିବା ଯୋଗୁ ବହୁ ସମୟ ଧରି ଜଳବନ୍ଦୀ ହୋଇ ରହୁଥିବା ନଜିର ରହିଛି । ଦୁଇଦିନର ଲଗାଣ ବର୍ଷାରେ ଜଗତାନାଳରେ ପୂର୍ଣ୍ଣମାତ୍ରରେ ପାଣି ଆସି ବସ୍ତି ମଧ୍ୟରେ ପଶିଯାଇଥିଲା ।ଯାହା ଫଳରେ କିଛିସମୟ ବସ୍ତିବାସିନ୍ଦା ଜଳ ବନ୍ଦୀ ହୋଇ ରହିଥିଲେ । କିନ୍ତୁ ପୂର୍ବରୁ ସଜାଗ ଥିବା ତହସିଲ ଓ ଏନ୍ଏସି ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ତହସିଲଦାର ସଶ୍ମିତା ଶତପଥୀ ଓ ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀଙ୍କ ଉପସ୍ଥିତିରେ ଏନ୍ଏସି କର୍ମଚାରୀ ଜଳ ନିଷ୍କାସନ ରାସ୍ତା ବାହାର କରିଥିଲେ ଏବଂ ଏରେଗୁଲା ବସ୍ତିର ୨୮ ପରିବାର ଓ ଆସ୍କା ରୋଡରେ ଥିବା ଗୋଟିଏ ପରିବାରକୁ ଶୁଖିଲା ଖାଦ୍ୟ (ଚୁଡା, ଚିନି, ବିସ୍କୁଟ )ବଣ୍ଟନ କରିଥିଲେ ।ଏହାର ସ୍ଥାଇ ସମାଧାନ ପାଇଁ କ୍ଷୁଦ୍ର ଜଳସେଚନ ବିଭାଗକୁ କୁହାଯିବ ବୋଲି ତହସିଲଦାର ପ୍ରକାଶ କରିଥିଲେ ।ସେହିପରି ମୁଣ୍ଡୁଳା ଗାଁ ମଝିରେ ଆଣ୍ଠୁଏ ଆଣ୍ଠୁଏ ପାଣି ଥିବା ବେଳେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସୁମଣ୍ଡଳ, ଖଣ୍ଡିଆନଈ, ବେରୁଆଁ ବାଡ଼ି ଗ୍ରାମରେ ବି ପାଣି ପଶିଥିବା ଜଣାଅପଡ଼ିଛି ।
(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ।